କଣ୍ଟାବାଞ୍ଜି ନୋଡାଲ ସ୍କୁଲ୍ ରେ ଟୁଇନିଂ ଅଫ ସ୍କୁଲ୍ ବା ସ୍କୁଲ୍ ସଂଯୋଗିକରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୮/୦୧ : ବୁଧବାର ଦିନ ସ୍ଥାନୀୟ କଣ୍ଟାବାଞ୍ଜି ନୋଡାଲ ସ୍କୁଲ୍ ରେ ଟୁଇନିଂ ଅଫ ସ୍କୁଲ୍ ବା ସ୍କୁଲ୍ ସଂଯୋଗିକରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଅଛି।
Ad..
ସ୍କୁଲ୍ ସଂଯୋଗ କାର୍ଯ୍ୟ କ୍ରମ ରେ କଣ୍ଟାବାଞ୍ଜି କଳିଙ୍ଗ ନଗର ପ୍ରାଥମିକ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ମାଝୀ ୫୦ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ନୋଡାଲ ସ୍କୁଲ୍ କୁ ପରି ଭ୍ରମଣ ପାଇଁ ଆସିଥିଲେ।
Ad..
ନୋଡାଲ ସ୍କୁଲ୍ ଦ୍ଵାରା କୁନି କୁନି ଅତିଥି ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ଜଣାଇ ଥିଲେ। ସାମୁହିକ ପ୍ରାର୍ଥନା ଗାନ ପରେ କୁନି କୁନି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ର ସମସ୍ତ ଶ୍ରେଣୀ ଗୃହ କୁ ଯାଇଥିଲେ ଓ...
Ad..
ଲାଇବ୍ରେରୀ କୋଠରୀ, କମ୍ପ୍ୟୁଟର କୋଠରୀ, ବିଜ୍ଞାନ କୋଠରୀ, ବଗିଚା , ରୋଷେଇ ଘର ପରିଦର୍ଶନ କରିଥିଲେ। ଅଥିତି ପିଲାଙ୍କ ମଧ୍ୟରେ ରେ ବିଭିନ୍ନ ପ୍ରତିଯୋଗିତା ହୋଇ ଥିଲା। ଏକ ସଭା ଅନୁଷ୍ଠିତ ହୋଇ ଥିଲା ତୁରେକେଲା ଅତିରିକ୍ତ ଶିକ୍ଷା ଅଧିକାରୀ ଫକିର ଚରଣ ବିଶି,କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ଓ ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର ଅତିଥି ଛାତ୍ର ଛାତ୍ରୀ ଙ୍କୁ ଦିଗ୍ଦର୍ଶନ ଦେଇ ପୁରସ୍କୃତ କରୀ ଥିଲେ।
ଉକ୍ତ କାର୍ଯ୍ୟ କ୍ରମ ରେ ଶିକ୍ଷକ ଜାନକୀ ରାମ ସlମବେଦମ୍,ବିଶ୍ଵ ରଞ୍ଜନ ଦାସ,ରମେଶ ସାହୁ ଶିକ୍ଷୟିତ୍ରୀ ସୁନନ୍ଦା ପୁରୋହିତ, କାନ୍ତି ଲତା ବର୍ଗେ, ପୂଜା ଜାଲ, ସୁଜାତା ଧରୁଆ, ମୁକ୍ତା ବେଜ୍, ଦିପାଞ୍ଜଳି ଭୋଇ ଉପସ୍ଥିତି ଥିଲେ।
Edited by k.s thakur...
Tags:
bolangir
kantabanji
latest news
latest update
nodal school
odisha daily current affairs
program




