ତୁରେକେଲା ବ୍ଳକ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ...

ତୁରେକେଲା ବ୍ଳକ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ...


କଣ୍ଟାବାଞ୍ଜି,୦୭/୦୧ : ତୁରେକେଲା ବ୍ଳକ ସ୍ତରୀୟ ଅଠରତମ ପ୍ରବାସୀ ଭାରତୀୟ ଦିବସ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲା ଠାରେ ପାଳିତ ହୋଇଥିଲା।

           Ad..


ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ସଭାପତି, ତୁରେକେଲା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଉମା ଶଙ୍କର ଥପା ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବରେ ସିଆରସିସି ଗଜୟ ଦାଶ ଓ ଅନୁପ ଦାସ ମଞ୍ଚାସୀନ ଥିଲେ।

Ad..


ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ମାନ୍ଦଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା, ରଚନା, କୁଇଜ,ପୋଷ୍ଟର, ଧୀର ସାଇକେଲ ଚାଳନା କରାଯାଇଥିଲା।

     Ad..


କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶଙ୍କର ନାଗ,ରାଜେଶ ସିଂଦେଓ, ରାଜକିଶୋର ମେହେର, ପ୍ରକାଶ ମେହେର,ସୁଦୀପ୍ତା ଜେନା,ସଞ୍ଜୟ ଖୁରା,ରମେଶ ସୁନା,ଚିତ୍ତରଞ୍ଜନ ବିଭାର, ଭୁରଷି ରଣା,ଆଦି ସହଯୋଗ କରିଥିଲେ।



Edited by k.s thakur...



Post a Comment

Previous Post Next Post