ସିନ୍ଧେକେଲା କୁ ବ୍ଲକ ମାନ୍ୟତା ଦାବି ନେଇ ବୈଠକ ଅନୁଷ୍ଠିତ...
ସିନ୍ଧେକେଲା,୦୭/୦୧ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ବସଷ୍ଟାଣ୍ଡ ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସିନ୍ଧେକେଲା ବଣିକ ସଂଘ ସଭାପତି ସୁବାଷ ଜୈନ ଓ ସମାଜସେବୀ ଅନିଲ କୁମାର ତ୍ରିପାଠୀ ଙ୍କ ଆବାହକତ୍ବ ରେ ସିନ୍ଧେକେଲା କୁ ବ୍ଲକ ମାନ୍ୟତା ଦାବି ନେଇ ଏକ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ବୈଠକ ରେ ଆଗାମୀ ଦିନରେ ସିନ୍ଧେକେଲା ଅଞ୍ଚଳର ସମସ୍ତ ଜନପ୍ରତିନିଧି , ବିଭିନ୍ନ ସଂଗଠନ, ଅନୁଷ୍ଠାନ ମାନଙ୍କୁ ନେଇ ବୈଠକ ହୋଇ ଆଲୋଚନା ପରେ ସିନ୍ଧେକେଲା ଅଞ୍ଚଳ ବିକାଶ ମଞ୍ଚ ଗଠନ କରିବା ପାଇଁ ନିଷ୍ପତ୍ତି ହେଇଥିଲା। ଏବଂ ଆଗାମୀ ଦିନରେ ବିକାଶ ମଞ୍ଚ ତରଫରୁ ହିଁ ବ୍ଲକ ଦାବି କୁ ଆହୁରି ଶାଣିତ କରିବା ପାଇଁ ନିଷ୍ପତ୍ତି ହେଇଥିଲା।
Ad..
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ନରେଶ ବର୍ମା, ଉମାଶଙ୍କର ତ୍ରିପାଠୀ , ବାବୁଲାଲ ସାହୁ, ଫକିର ଚନ୍ଦ୍ର ତ୍ରିପାଠୀ , ଦୀନେଶ ଜୈନ , ପ୍ରଶ୍ନ ଜୈନ, କୈଳାସ ଜୈନ,ନରେଶ ରଣା, ପପୁ ସାହୁ, ଦେବେନ୍ଦ୍ର ଖମାରୀ, ସୁଶାନ୍ତ ଥନାପତୀ...
Ad..
ବିନୋଦ ସରାଫ, ଆର୍ତ୍ତତ୍ରାଣ ସାହୁ, ଦୁର୍ଗା ସିଂ ଦେଓ , ପର୍ମା ସାହୁ ଅନିଲ ଜୈନ,ଙ୍କ ସମେତ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଗରିବ ସେନା ସଭାପତି ଦିନେଶ ତାଣ୍ଡି , ସିନ୍ଧେକେଲା ମୋଟର ଚାଳକ ସଂଘ ରୁ ରଞ୍ଜନ ଷଡ଼ଙ୍ଗୀ, ତ୍ରିନାଥ ସାହୁ , ବାବୁଲି ପୃଷ୍ଟି , ବ୍ରାହ୍ମଣ ଯୁବକ ସଂଘ ରୁ ପ୍ରଦୀପ ଷଡ଼ଙ୍ଗୀ, ତରୁଣ ରଥ , ବିପିନ ପଣ୍ଡା , ସାହୁ ସମାଜ ସଭାପତି ଓମ ପ୍ରକାଶ ସାହୁ, ସାହୁ ଯୁବ ସଂଗଠନର ସମ୍ପାଦକ ସୁରଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ତଥା ଦାବି ପାଇଁ ସର୍ବସମ୍ମତିକ୍ରମେ ସବୁବେଳେ ସ୍ୱର ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ହେଇଥିଲା।
Report : Anil tripathi
Edited by k.s thakur...




