ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ା ରେଳ ଡିଭିଜନକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ରାୟଗଡ଼ା,୦୬/୦୧ : ରାୟଗଡ଼ା ରେଳ ଡିଭିଜନକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।
Ad..
ଯୋଗାଯୋଗକୁ ଆହୁରି ସୁଗମ କରିବା ପାଇଁ ରାୟଗଡା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ରାୟାଗଡାଠାରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଜାମ୍ମୁରୁ ଭିଡିଓ କନଫରେନସିଂ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ୧୦ ବର୍ଷ ଭିତରେ ରେଲୱେରେ ବିକାଶ ସମ୍ଭବ ହୋଇଛି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି । ଓଡ଼ିଶାରେ ଇଣ୍ଟରନ୍ୟାସନାଲ ଟ୍ରେଡ୍ର ପ୍ରବଳ ସମ୍ଭାବନା ରହିଛି।
Ad..
ଅନେକ ନୂଆ ପ୍ରକଳ୍ପର ନିର୍ମାଣ ଚାଲିଛି । ୭୦ ହଜାର କୋଟି ନିବେଶ କରାଯାଇଛି । ରାଜ୍ୟରେ ୭ ଗତି ଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହୋଇଛି । ରାୟଗଡ଼ା ରେଳ ଡିଭିଜନ ଦ୍ୱାର ବିଶେଷକରି ଦକ୍ଷିଣ ଓଡ଼ିଶାର ବିକାଶ ହେବ । ସେଠାରେ ଥିବା ଜନଜାତି ସମ୍ପ୍ରଦାୟ ସବୁଠୁ ବେଶୀ ଉପକାର ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Ad..
ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ୨୦୨୪ ବେଳକୁ ଦେଶରେ କେବଳ ୩୫ ପ୍ରତିଶତ ବିଦ୍ୟୁତୀକରଣ ହୋଇଥିଲା। ବର୍ତ୍ତମାନ ଆମ ଦେଶରେ ୧୦୦ ପ୍ରତିଶତ ବିଦ୍ୟୁତୀକରଣ ସମ୍ଭବ ହୋଇଛି। ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ୍ ନିର୍ମାଣ ହୋଇଛି।
ରାୟଗଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ପ୍ରଦୀପ ପାଣିଗ୍ରାହୀ ଓ ସପ୍ତଗିରି ଉଲ୍ଲାକାଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି ।
୨୦୧୯ ଜୁଲାଇ ୧୭ରେ ରାୟଗଡ଼ା ଠାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା। ୨୦୨୧-୨୨ ରେଳ ବଜେଟରେ ରାୟଗଡା ଡିଭିଜନ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା।
Edited by k.s thakur...
Tags:
latest news
latest update
new railway division
odisha daily current affairs
pm modi
raigada
shilanyasa
video conferencing




