ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ବିଜେପି ପକ୍ଷରୁ ଆହ୍ବାନ...
ଭୁବନେଶ୍ବର,୦୬/୦୧ : ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ବିଜେପି ପକ୍ଷରୁ ଆହ୍ବାନ ଦିଆଯାଇଛି। ଏନେଇ ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି।
Ad..
ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ପୁଣି ଭୁବନେଶ୍ବରରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଏବଂ ୧୬୦ଟି ଦେଶର ପ୍ରବାସୀ ଆମର ଏଠାକୁ ଆସିବା ଗୁରୁତ୍ବପୂର୍ଣ୍ଣ।
Ad..
ଆତିଥେୟତାରେ କୌଣସି ଗୁଣରେ କମ୍ କରାଯିବ ନାହିଁ। ସେମାନେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ସେଥିନେଇ ସମସ୍ତେ ଚେଷ୍ଟା କରିବା ଉଚିତ। ଏହି କାମରେ ସରକାରଙ୍କ ସହ ସାଧାରଣ ଲୋକେ ସାମିଲ ହେବା ଦରକାର। ଆମ ରାଜ୍ୟରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଆମେ ଆମର ଅତିଥିମାନଙ୍କୁ ବୁଲାଇବୁ।
Ad..
୩ ଦିନ ସାରା ରାଜ୍ୟ ଉତ୍ସବ ମୁଖରିତ ହେବ। ଏଥିରେ ସାମିଲ ହେବା ଲାଗି ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବେ। ଏହାକୁ ନେଇ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି।
Edited by k.s thakur...
Tags:
Bhubaneswar
BJP
latest news
latest update
Odisha
odisha daily current affairs
pravasi bharatiya Divas




