ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଭୋଟର ତାଲିକା ୨୦୨୫ ପ୍ରକାଶିତ...

ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଭୋଟର ତାଲିକା ୨୦୨୫ ପ୍ରକାଶିତ...


ବରଗଡ଼,୦୬/୦୧ : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ସ୍ଵୀକୃତିପ୍ରାପ୍ତ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡିକର ସଭାପତିମାନଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୫ ର ଅନ୍ତିମ ପ୍ରକାଶନୀ ପ୍ରକାଶ ପାଇଥିଲା।

Ad..


ଉକ୍ତ ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଶ୍ରୀ ଆଦିତ୍ୟ ଗୋୟଲ, ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ମହେନ୍ଦ୍ର ମହାପାତ୍ର, ଏ. ଡି.ଏମ. (ରାଜସ୍ଵ), ଶ୍ରୀମତୀ ମଧୁଛନ୍ଦା ସାହୁ ଏ. ଡି.ଏମ. (ସାଧାରଣ) ଉପସ୍ଥିତ ରହିଥିଲେ। ଏଥିରେ ବରଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳୀର ଲିଙ୍ଗୀୟ ଅନୁପାତ ଓ ଭୋଟର-ଜନସଂଖ୍ୟା ଅନୁପାତ ମଧ୍ୟ ପ୍ରକାଶିତ ହୋଇଥିଲା। 

Ad..


ପଦମପୁର ନିର୍ବାଚନୀ ମଣ୍ଡଳୀର ସମୁଦାୟ ଭୋଟର ସଂଖ୍ୟା ୨୭୨୬୯୨ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୩୪୯୯୪, ମହିଳା ଭୋଟର ସଂଖ୍ୟା ୧୩୭୬୯୦ ଏବଂ ୮ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ବିଜେପୁର ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୪୩୮୧୪ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୨୨୯୭୭ , ମହିଳା ଭୋଟର ସଂଖ୍ୟା ୧୨୦୮୨୬ ଏବଂ ୧୧ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

   Ad..


ବରଗଡ଼ ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୨୧୨୬୧ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୧୧୧୫୦, ମହିଳା ଭୋଟର ସଂଖ୍ୟା ୧୧୦୦୯୧ ଏବଂ ୨୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। 

ଅତାବିରା (ଏସ.ସି.) ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୨୬୪୨୦ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୧୩୮୧୦, ମହିଳା ଭୋଟର ସଂଖ୍ୟା ୧୧୨୬୦୭ ଏବଂ ୩ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। 

ଭଟଲି ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୩୩୫୬୭ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୧୮୬୧୨, ମହିଳା ଭୋଟର ସଂଖ୍ୟା ୧୧୪୯୫୩ ଏବଂ ୨ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। 

ବରଗଡ଼ ଜିଲ୍ଲାର ସର୍ବମୋଟ ଭୋଟର ସଂଖ୍ୟା ୧୧୯୭୭୫୪ , ଯେଉଁଥିରେ ସମୁଦାୟ ପୁରୁଷ ସଂଖ୍ୟା ୬୦୧୫୪୩, ସମୁଦାୟ ମହିଳା ସଂଖ୍ୟା ୫୯୬୧୬୭ ଏବଂ ମୋଟ ୪୪ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।



Report : Bijay ku sahu

Edited by k.s thakur...


Post a Comment

Previous Post Next Post