ୱିନର ବ୍ରାଇଟ ଫ୍ଯୁଚର ସ୍କୁଲର କ୍ରୀଡ଼ା ମହୋତ୍ସବ ନୂଆ ସକାଳ ଅନୁଷ୍ଠିତ...
ବରଗଡ଼,୦୫/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ସ୍ଥାପିତ ଉଇନର୍ ବ୍ରାଇଟ ଫ୍ୟୁଚର ସ୍କୁଲ ର ଦୁଇଦିନିଆ ବାର୍ଷିକ କ୍ରିଡା ମହୋତ୍ସବ ଅଂଚଳ ମହାବିଦ୍ଯାଳୟର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ସ୍କୁଲ ପରିଷରେ ଉଦ୍ଯାପିତ ହୋଇଯାଇଛି।
Ad..
ସ୍କୁଲ ର ପ୍ଲେ କ୍ଲାସରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପିଲାମାନଙ୍କର ଦୌଡ଼, ବେଙ୍ଗ ଡିଆଁ , ଅଖା ଦୌଡ଼, ଦୌଡ଼ି ଡିଆଁ , ବଲ୍ ରେସ୍ , ଧିମି ସାଇକଲ ରେସ ପ୍ରଭୃତି ଖେଳ କୁଦ ଅନୁଷ୍ଠିତ ହୋଇ ପ୍ରତିଯୋଗୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ ବିତରଣ କରାଯାଇଥିଲା।
Ad..
ଏହାସହ ପ୍ରତ୍ୟେକ ଶ୍ରେଣୀର ଶ୍ରେଣୀର ମ୍ଯୁଜିକ୍ ଚେୟାର ଓ ଅଭିଭାବକ, ଅବିବାବିକା ,ସ୍କୁଲର ସମସ୍ତ ସହକର୍ମୀ ମାନଙ୍କର ମ୍ଯୁଜିକ୍ ଚୟାର ଦୈଡ ଖେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ଙ୍କ ଫେନସିଡ୍ରେସ,ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଟମାଟର ରେସ୍, ଛୁଞ୍ଚିସୁତା ଦୌଡ଼ ମଧ୍ୟ ଅନୁଷ୍ଠିତ ହୋଇଥିଲା।
Ad..
ଫେନସିଡ୍ରେସ ମନୋରଞ୍ଜନ ରେ ଛୋଟ ଛୋଟ ପିଲାମାନଙ୍କର କୁନିକୁନି ପାଟିର ବଡ଼ବଡ଼ କଥା ଓ ତାଙ୍କ ଅଭିନୟ ଗୁଡ଼ିକ ଯୋଗୁଁ ମଞ୍ଚ ହସିଉଠିଥିଲା । କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଡା. ଅର୍ଦୁନ ଦେବତା ଓ ଡା. ମନୋରଞ୍ଜନ ଦେବତା ଯୋଗଦାନ ଦେଇ ସଭାମଞ୍ଚ ମଣ୍ଡିତ କରିଥିଲେ।
ଅତିଥିମାନେ ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ଯତ୍ନ ପାଇଁ ଖେଳ ନିତାନ୍ତ ଆବଶ୍ୟକ ବୋଲି ବିଭିନ୍ନ ପ୍ରକାର ମୂଲ୍ଯବାନ କଥା ପିଲାମାନଙ୍କୁ ବୁଝାଇ ଉତ୍ସାହ ବଢ଼ାଇଥିଲେ । ଖେଳକୁଦ ର ବିଚାରକ ଭାବରେ ସନ୍ତୋଷ ମହାନ୍ତି, ଗଜେନ୍ଦ୍ର ମହାନ୍ତି ଓ ଡ଼ାଃ ସୁଦୀପ୍ତ ଦସ ଯୋଗଦାନ ଦେଇଥିଲେ। ସ୍କୁଲର ଅଧ୍ଯକ୍ଷା ଅପାଲି ଅପରାଜିତା , ଚେୟାରମେନ ଶ୍ରୀକାନ୍ତ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରିଡ଼ା ଉତ୍ସବ ସମାପନ ହୋଇଯାଇଛି।
Report : Bijay ku sahu
Edited by k.s thakur...
Tags:
annual sports
Bargarh
latest news
latest update
odisha daily current affairs
winner bright future school




