ପ୍ରଧାନ ଶିକ୍ଷକ ବୃତ୍ତିଗତ ବିକାଶ ପାଇଁ " ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା " ଆଧାରିତ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ...

ପ୍ରଧାନ ଶିକ୍ଷକ ବୃତ୍ତିଗତ  ବିକାଶ ପାଇଁ  " ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା  " ଆଧାରିତ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ...


କଣ୍ଟାବାଞ୍ଜି,୦୬/୦୧ : ଜିଲ୍ଲା ଶିକ୍ଷକ ଶିକ୍ଷା ଅନୁଷ୍ଠାନ ବଲାଙ୍ଗୀର ଦ୍ଵାରା ଆୟୋଜିତ ପ୍ରଧାନ ଶିକ୍ଷକ ବୃତ୍ତିଗତ  ବିକାଶ ପାଇଁ  " ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା  " ଆଧାରିତ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ତାଲିମ୍ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ର ରେ ଜିଲ୍ଲା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ   ପ୍ରଶିକ୍ଷକ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ମଲ୍ଲିକ ପ୍ରଶିକ୍ଷlର୍ଥି ମାନଙ୍କୁ ପ୍ରଶିକ୍ଷଣ ର ଉଦ୍ଦେଶ୍ୟ ବିଷୟରେ ଉଦବୋଧନ  ଦେଇଥିଲେ।

Ad..


ଏହି ତାଲିମ୍ ଶିବିରରେ ଚାରିଜଣ ପ୍ରଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା,  ଜଗମୋହନ ସେଠି, ରଘୁମନି ଭୋଇ ଓ ଗଜେନ୍ଦ୍ର ହରିଜନ ପ୍ରଶିକ୍ଷlର୍ଥି ମାନଙ୍କୁ  ତାଲିମ ପ୍ରଦାନ କରିଥିଲେ ଓ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ ତିରିଆ ତାଲିମ୍ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

    Ad..



Edited by k.s thakur...





Post a Comment

Previous Post Next Post