ଜାତୀୟ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୨/୦୧ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜାତୀୟ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ତରଫରୁ କ୍ଳଷ୍ଟର ସ୍ତରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା।
Ad..
ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ରଚନା ଲିଖନରେ ସଞ୍ଜନା ଝାଙ୍କର,ମାମୁନୀ ସାହୁ ଓ ପୋଷ୍ଟର ତିଆରିରେ ଅମରେଶ ମାଝୀ, ପୂଜା ମେହେର ପୁରସ୍କୃତ ହୋଇଥିଲେ।
Ad..
ତାପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି,ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ପ୍ରାଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ, ରବୀନ୍ଦ୍ର ରଥ,ଦେବ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
Ad..
ଶିକ୍ଷୟିତ୍ରୀ ସୁଦୀପ୍ତା ଜେନା ଅତିଥି ମାନଙ୍କୁ ପୁଷ୍ପ ପ୍ରଦାନ କରିବା ସହିତ ସ୍ୱ।ଗତ କରିଥିଲେ।କୃତି ପ୍ରତିଯୋଗୀ ମାନେ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଦାଶ ଘୋଷଣା କରିଥିଲେ।
Edited by k.s thakur...
Tags:
compitition program
kantabanji
latest news
latest update
national census education project
odisha daily current affairs




