ଇଥାନଲ ପ୍ଲାଣ୍ଟରେ ଅଣଓଡ଼ିଆ ବଦଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବୀ କଲା ଆମ୍ ଆଦମୀ ପାର୍ଟି...

ଇଥାନଲ ପ୍ଲାଣ୍ଟରେ ଅଣଓଡ଼ିଆ ବଦଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବୀ କଲା ଆମ୍ ଆଦମୀ ପାର୍ଟି...


(ପ୍ରଥମେ ୨୦୦ ପଦବୀ ପଦ ପାଇଁ ଯେଉଁ ଭର୍ତି ହୋଇଛି ତାହାକୁ ଅବିଳମ୍ବେ ରଦ୍ଧ କରାଯାଉ)

ବରଗଡ଼,୨୨/୦୧ : ବାଉଲସିଂହା ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ବଦଳ ରେ ଅଣଓଡ଼ିଆ ମାନଙ୍କୁ ଭର୍ତି କରାଯାଉ ଥିବା ଏକ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। 

Ad..


ଗତ ଜାନୁଆରୀ ୧୧ ଓ ୧୨ ତାରିଖ ରେ ଝାରଖଣ୍ଡ ରାଜ୍ୟର ରାଞ୍ଚି ସହରରେ ସିଧାସଳଖ ସାକ୍ଷାତକାର ମଧ୍ୟମ ରେ ୨୦୦ ରୁ ଅଧିକ ପଦବୀ ପାଇଁ ପିଲା ମାନଙ୍କୁ ଭର୍ତି କରାଯାଇ ଥିବା ଖବର ସାମ୍ନା କୁ ଆସିଛି। 

Ad..


ଏହି ପଦବୀ ପୂରଣ ପାଇଁ ବରଗଡ଼ ଜିଲ୍ଲା କିମ୍ବା ଓଡ଼ିଶାର କୌଣସି ଖବର କାଗଜରେ  ଵିଜ୍ଞାପନ ଆସିନଥିବା ବେଳେ କେବଳ ଅଣଓଡ଼ିଆ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଏପରି ଷଢ଼ଯନ୍ତ୍ର କରିଛି ଶାସକ ବିଜେପି ଦଳ ବୋଲି ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ। 

     Ad..


ଏହି ପଦବୀ ଗୁଡିକୁ ମୋଟା ଅଙ୍କ ରେ ବିଜେପି ବିକ୍ରି କରିଛି ବୋଲି ଶ୍ରୀ ସାହୁ କହିଛନ୍ତି। ଡବଲ ଇଂଜିନ ସରକାରରେ ବରଗଡ ଓ ସ୍ଥାନୀୟ ଯୁବକ ଯୁବତୀ ଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି। 

ସ୍ଥାନୀୟ ନିଯୁକ୍ତି ବେଳେ ଓଡ଼ିଆ ଅସ୍ମିତା କଥା କେମିତି ବିଜେପି ନେତା ମାନେ ଭୁଲି ଗଲେ ବୋଲି ଆପ୍ ଭଟଲି ବିଧାନସଭା ର ସଂଯୋଜକ ଶାହରୁଖ ଲୋଧିଆ ପ୍ରଶ୍ନ କରିଛନ୍ତି ଅନ୍ୟପଟେ ଏହି ଦୁର୍ନୀତି ରୁ ବଂଚିବା ପାଇଁ ବୁଧବାର ସ୍ଥାନୀୟ ଖବର କାଗଜରେ କମ୍ପାନୀ ପକ୍ଷରୁ କେବଳ ଆବେଦନ ପାଇଁ ଏକ ଵିଜ୍ଞାପନ ଦେଇଛନ୍ତି ଯେଉଁ ଥିରେ ଶ୍ରମିକ ପଦବୀ ରହିଛି କିନ୍ତୁ କେତୋଟି ପଦବୀ ରେ ଭର୍ତି ହେଵ ତାହା ଉଲ୍ଲେଖ ହୋଇ ନାହିଁ ବୋଲି ଶ୍ରୀ ଲୋଧିଆ ପ୍ରଶ୍ନ କରିଛନ୍ତି। 

ଯେଉଁ ୨୦୦ ପଦବୀ ପଦ ପାଇଁ ଭର୍ତି ହୋଇଛି ତାହାକୁ ଅବିଳମ୍ବେ ରଦ୍ଧ କରି ନୂଆ ଭାବେ ବରଗଡ଼ ରେ କାର୍ଯାଳୟ କରି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ଶ୍ରୀ ସାହୁ ଦାବୀ କରିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post