ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଦିବସ ବାର୍ଷିକ ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ...

ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଦିବସ ବାର୍ଷିକ ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ...


ବରଗଡ଼,୨୨/୦୧ :- ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଠାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ଅବସରରେ ଆଜି ବରଗଡ଼ ଭଟଲି ଛକ ନିଶାନ୍ତ ଦେବତା ପୋଲି କ୍ଲିନିକ ରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। 

             Ad..


ଆଜିର ଶିବିରରେ ମୋଟ 51 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଡାକ୍ତର ନିଶାନ୍ତ ଦେବତା ଯୋଗଦାନ କରି ଅନୁଷ୍ଠାନିକ ଭାବରେ ଶିବିରକୁ ଉଦଘାଟନ କରିଥିବା ବେଳେ ନିଜେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। 

Ad..


ଆଜିର ଶିବିରରେ ଅନେକ ନୂତନ ରକ୍ତଦାତା ସହିତ 9 ଜଣ ମହିଳା ରକ୍ତଦାତା ସମେତ ମୋଟ 51 ଜଣ ରକ୍ତଦାତା ଆଜି ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ। 

     Ad..


ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ଓ ସମ୍ପାଦକ ଜି. ରମେଶ ଙ୍କ ତତ୍ୱାବଧାନରେ ଆଜିର ଶିବିର ପରିଚାଳିତ ହୋଇଥିବାବେଳେ ସଂକଳ୍ପ ପରିବାରର ସଦସ୍ୟ ପିଙ୍କୁ ପଣ୍ଡା, ଆକାଶ ପାଣ୍ଡେ, ଅନନ୍ତ ସାହୁ, ନବୀନ ବୁଡ଼େକ, ଯଶବନ୍ତି ପୋଡ଼, ସୁରେନ ଭୁଏ, ରାଜକୁମାର ବନଛୋର,ବିକାଶ ପାଣିଗ୍ରାହୀ, ହିମାଂଶୁ ପଣ୍ଡା, ଟୁନା ଦେବତା, ବିଶ୍ୱଜିତ ସ୍ୱାଇଁ, ପ୍ରମୋଦ ଶର୍ମା, ଅବଦେଶ ଗୁପ୍ତା, ଅରୁଣ ଅଗ୍ରୱାଲ ତଥା ବରଗଡ଼ ଭଟଲି ଛକ ନିବାସୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ଠିକ ସେହିପରି ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା।


Report : Bijay ku sahu

Edited by k.s thakur...



Post a Comment

Previous Post Next Post