ଅଖିଳ ଭାରତୀୟ ମାରବାଡ଼ି ଯୁବା ମଞ୍ଚ ର ୪୦ବର୍ଷ ପୂର୍ତ୍ତି ଅବସରରେ ସ୍ଥାପନା ଦିବସ ପାଳନ...

ଅଖିଳ ଭାରତୀୟ ମାରବାଡ଼ି ଯୁବା ମଞ୍ଚ ର ୪୦ବର୍ଷ ପୂର୍ତ୍ତି ଅବସରରେ ସ୍ଥାପନା ଦିବସ ପାଳନ...


କଣ୍ଟାବାଞ୍ଜି,୨୨/୦୧ : ଅଖିଳ ଭାରତୀୟ ମାରବାଡ଼ି ଯୁବା ମଞ୍ଚ ର ୪୦ବର୍ଷ ପୂର୍ତ୍ତି ଅବସରରେ ସ୍ଥାପନା ଦିବସ ସମଗ୍ର ଭାରତ ବର୍ଷ ରେ ପାଳନ କରାଯାଉଛି।

Ad..


ଏହି ଅନୁକ୍ରମରେ କଣ୍ଟାବାଞ୍ଜି ଶାଖା ୧୯୮୮ ମସିହା ରେ ଗଠନ କରାଯାଇଥିଲା । ଏହି ଅବସରରେ କଣ୍ଟାବାଞ୍ଜି ଶାଖା ରେ ମଧ୍ୟ ସ୍ଥାପନା ଦିବସ ପାଳନ କରାଯାଇଛି। ଗତକାଲି ରୁ ୪୦ବର୍ଷ ପୂର୍ବେ ଆସାମ ରାଜ୍ୟ ର ରାଜଧାନୀ ଗୋହାଟି ରେ ପ୍ରମୋଦ ସରଫଙ୍କ ନେତୃତ୍ୱରେ ପ୍ରଥମ କରି ଏହି ସମାଜସେବୀ ସଂସ୍ଥା ର ସ୍ଥାପନା କରାଯାଇଥିଲା । 

Ad..


ସାରା ଭାରତ ରେ ୭୫୦ ଶାଖା ନିରନ୍ତର ଲୋକଙ୍କ ସେବା କରିଆସୁଥିବା ବେଳେ କଣ୍ଟାବାଞ୍ଜି ଶାଖା ର ପ୍ରଥମ ସଭାପତି କୈଳାସ ଚନ୍ଦ୍ର ଅଗ୍ରୱାଲ ହୋଇଥିଲେ । ଏହି ସମାଜସେବୀ ସଂସ୍ଥା ନିରନ୍ତର ଜଣ କଲ୍ୟାଣ କାମ କରୁଥିବା ବେଳେ ମେଡିକାଲ କ୍ୟାମ୍ପ , ରକ୍ତଦାନ ଶିବିର, ମେଡିକାଲ ଉପକରଣ, ଶବ ବାହାନ ଗାଡି , ସହ oxygen ସିଲେଣ୍ଡର ମାଙ୍ଗଣା ରେ ଦେଇ କୋବିଡ଼ ସମୟରେ ବେଶ ପ୍ରଶଂସା ପାଇଥିବା ବେଳେ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ। 

    Ad..


ସ୍ଥାପନା ଦିବସ ପାଳନ ସମୟରେ ବର୍ତ୍ତମାନର ସଭାପତି ବିମଲ ଜୈନ , ନାରାୟଣ ଅଗ୍ରୱାଲ , ଚିରଗ ଅଗ୍ରୱାଲ, ମଣିଷ ଅଗ୍ରୱାଲ , ରୋହିତ ଲାଠ , ସୁରଜ ଅଗ୍ରୱାଲ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।



Edited by k.s thakur...

Post a Comment

Previous Post Next Post