ତାମିଲନାଡୁରେ ଫସିଛନ୍ତି ୯୦ ଯୁବତୀ; ଫେରାଇ ଆଣିବାକୁ ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା...

ତାମିଲନାଡୁରେ ଫସିଛନ୍ତି ୯୦ ଯୁବତୀ; ଫେରାଇ ଆଣିବାକୁ ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା...


ସୁନ୍ଦରଗଡ଼,୨୧/୦୧ : ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ । ବନ୍ଦ ଡାକରା ଦେଲା କୋଶଳ ସମାଜ। ୯୦ ଆଦିବାସୀ ଝିଅଙ୍କୁ ତାମିଲନାଡ଼ୁରେ ଶୋଷଣ ଅଭିଯୋଗ । ଅଭିଯୋଗ ପରେ ବି ପ୍ରଶାସନ ନଶୁଣାବାରୁ ବନ୍ଦ ଡାକରା ଦେଇଛି କୋଶଳ ସମାଜ। ସ୍କୁଲ, କଲେଜ, ଅଫିସ ସହ ଗମନାଗମନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୋଶଳ ସମାଜ ମହାସଚିବ ଦିଲ୍ଲୀପ ପଣ୍ଡାଙ୍କ ସୂଚନା ଦେଇଛନ୍ତି।

            Ad..


ସୂଚନା ଯୋଗ୍ୟ; ତାଲିମ ଓ ନିଯୁକ୍ତି ନାମରେ ତାମିଲନାଡୁର କୋଟିୟାରରେ ସୁନ୍ଦରଗଡ଼ର ୯୦ ଜଣ ଝିଅ ନିର୍ଯାତନା ଭୋଗୁଥିବା ଓ ଘରକୁ ଫେରିବାକୁ ଚାହୁଥିଲେ ବି ସେମାନଙ୍କୁ କମ୍ପାନି ଛାଡ଼ୁ ନଥିବା ଅଭିଯୋଗ ହୋଇଛି। 

Ad..


ପ୍ରଥମେ ୯୦ ଜଣ ଝିଅଙ୍କୁ  କମ୍ପ୍ୟୁଟର ତାଲିମ ନାଁରେ କଟକସ୍ଥ ଏକ ତାଲିମ କେନ୍ଦ୍ରକୁ ନେଇ ୪୫ ଦିନିଆ ସିଲେଇ ତାଲିମ ପରେ ସେମାନଙ୍କୁ ତାମିଲନାଡୁର ଏକ ପୋଷାକ ତିଆରି କମ୍ପାନିରେ ନିୟୋଜିତ କରାଯାଇଥିଲା। 

     Ad..


ସେଠାରେ ଝିଅମାନଙ୍କୁ ଅଧିକ ସମୟ କାଟୁଥିବା ବେଳେ ଘରକୁ ଛଡ଼ା ନଯାଇ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ଯାହାକୁ ନେଇ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରଶାସନକୁ ଚାରି ଚାରି ଥର ତଥା ଜିଲ୍ଲାପାଳଙ୍କୁ ଅଭିଭାବକମାନେ ବାରମ୍ବାର ଦାବିପତ୍ର ପ୍ରଦାନ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ ।



Edited by k.s thakur...


Post a Comment

Previous Post Next Post