ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ...
କଟକ, ୨୧/୦୧ : ମଧୁପାଟଣା ଅଞ୍ଚଳରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ମଧୁପାଟଣା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କୋଲକତା ଅଞ୍ଚଳର ଗୋପୀ। ମଧୁପାଟଣା ଥାନା ପୋଲିସ ଗୋପୀକୁ ଭୁବନେଶ୍ୱରରୁ ଗିରଫ କରିଛି।
Ad..
ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ପୂର୍ବରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଗୋପୀ ଠାରୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି ସେ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସ।
Ad..
ନଭେମ୍ୱର ୧୦ ତାରିଖରେ କଟକ ମଧୁପଟଣା ଥାନା ଅଞ୍ଚଳରୁ ଜଣେ ବାଙ୍ଗଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୋଲିସ। ନାବାଳିକା ଜଣଙ୍କ ଗତ ଅଗଷ୍ଟ ମାସରୁ କୋଲକତା ଆସିବା ପରେ ସେଠାରେ ଖୁବ୍ କମ୍ ଦିନ ରହିଥିଲେ। ଏହାପରେ ଭୁବନେଶ୍ଵର ଆସିଥିଲେ। ଶେଷରେ ନାବାଳିକାକୁ କଟକ ଅଣାଯାଇଥିଲା।
Ad..
ପୀଡ଼ିତାଙ୍କ ଅବସ୍ଥା ଏବଂ ତାଙ୍କ ବୟାନକୁ ଆଧାର କରି ପୋଲିସ ତନାଘନା ଆରମ୍ଭ କରିଥିଲା । ଏହି ମାମଲାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ରାକେଟ୍ରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।
ବାଂଲାଦେଶୀ ନାବାଳିକା ଚାଲାଣରେ ମୁଖ୍ୟ ଅଭିଯୁକ୍ତ ଗୋପୀ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସୁରକା ପାଇଥିଲା। ପରବର୍ତ୍ତି ସମୟରେ ଏକ ଦମ୍ପତି ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା।
Edited by k.s thakur...
Tags:
accused arrest
Bangladeshi nabalika udhar
Cuttack
latest news
latest update
odisha daily current affairs




