ପୁଞ୍ଜିପଥର ନିକଟରେ ନଗର ବନ ଶୁଭ ଉଦଘାଟନ କଲେ ବିଧାୟକ ଲକ୍ଷ୍ମଣ ବାଗ...

ପୁଞ୍ଜିପଥର ନିକଟରେ ନଗର ବନ ଶୁଭ ଉଦଘାଟନ କଲେ ବିଧାୟକ ଲକ୍ଷ୍ମଣ ବାଗ...


କଣ୍ଟାବାଞ୍ଜି,୧୯/୦୧ : କଣ୍ଟାବାଞ୍ଜି ରୁ ବଙ୍ଗୋମୁଣ୍ଡା ଯାଉଥିବା ରାସ୍ତା ପୁଞ୍ଜିପଥର ନିକଟରେ ବନ ବିଭାଗ ପକ୍ଷରୁ ନଗର ବନ ତିଆରି କରାଯାଇଛି । ଆଜି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଛନ୍ତି।

            Ad..


ବଲାଙ୍ଗୀର ଡିଏଫ୍‌ଓ ସୁଦର୍ଶନ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏହି ନଗର ବନରେ ଲୋକଙ୍କ ବୁଲିବା ପାଇଁ ପାର୍କ କରାଯାଇଥିବା ବେଳେ ଓପନ ଜୀମ ମଧ୍ୟ ରହିଛି । ବିଧାୟକ ଏହି ନଗର ବନରେ ଏକ ପିଜୁଳି ଗଛ ଲଗାଇଥିଲେ। 

Ad..


ତେବେ ଗଛ ଲଗାଇବା ସମୟରେ ବିଧାୟକ ରଂଜରଙ୍କ ହାତରୁ କୋଦାଳ ନେଇ ନିଜେ ମାଟି ଖୋଲିଥିଲେ। ଅନ୍ୟ ପକ୍ଷରେ ବିଧାୟକ ଓପନ ଜୀମରେ କିଛି ସମୟ ବ୍ୟାୟାମ କରିଥିବା ଦେଖୁବାକୁ ମିଳିଥିଲା। 

    Ad..


ବିଧାୟକ ଏଭଳି କରିଥିବା ଦେଖ୍ ବନ ବିଭାଗ ଅଧିକାରି ଏବଂ ଜନସାଧାରଣ ଆମ ବିଧାୟକ ଫିଟ୍ ବୋଲି କହି କରତାଳି ମାରିଥିଲେ। ଉଦଘାଟନ କାର୍ଯ୍ୟକ୍ରମ ରେ ବଙ୍ଗୋମୁଣ୍ଡା ରେଞ୍ଜର ପି ଏନ କୁମ୍ଭାର, ଫରେଷ୍ଟର ଶ୍ୟାମ ସୁନ୍ଦର ସାହୁ, କଣ୍ଟାବାଞ୍ଜି ରେଞ୍ଜର, ସହ ରିତାଞ୍ଜଳି ନିୟାଲ ସହ ବହୁ ବନ୍ ବିଭାଗ ର କର୍ମଚାରି ଉପସ୍ଥିତ ଥିଲେ।



Edited by k.s thakur...




Post a Comment

Previous Post Next Post