୧୪ ତମ ମାଁ ଚଣ୍ଡି କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଯାପିତ...

୧୪ ତମ ମାଁ ଚଣ୍ଡି କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଯାପିତ...


ବରଗଡ଼,୧୯/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର କନସିହା ଚଣ୍ଡିପାଲି ଗାଁ ଠାରେ ୧୪ ତମ ମାଁ ଚଣ୍ଡି କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୫ ତାରିଖ ରୁ ଶୁଭାରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆମମୁଣ୍ଡା,ବାନ୍ଦୁପାଲି,ଦର୍ଲିଗୁଡା,ବାଝେନମୁଣ୍ଡା,କପସିଲା,କୁଦୋପାଲି,କନସିହା,ଅନ୍ତରଲା, ଗଞ୍ଜାଗୁଡା, ଲୁହହାସିହା ପ୍ରମୁଖ ୨୫ ଗୋଟି କ୍ରିକେଟ  ଦଳ ଯୋଗଦାନ ଦେଇ କ୍ରିକେଟ ଖେଳୀ ଥିଲେ।

Ad..


ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜୁରିଆ ଓ ଝାଙ୍କରପାଲି ମଧ୍ୟରେ ଅନୁଷ୍ଠିତ ହୋଇ ଝାଙ୍କରପାଲି ଫାଇନାଲ କୁ ପ୍ରବେଶ କରିଥିବା ବେଳେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଲୁଆସିହା ଓ ଚଣ୍ଡିପାଲି ମଧ୍ୟ ରେ ଅନୁଷ୍ଠିତ ହୋଇ ଲୁହାସିହା ଫାଇନାଲ କୁ ପ୍ରବେଶ କରି ଲୁହାସିହା ଓ ଝାଙ୍କରପାଲି ଦୁଇଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା। 

Ad..


ଲୁହାସିହା ୩ ଉଇକେଟ ବିନିମୟରେ ୧୦୫ ରନ୍ କରିଥିବା ବେଳେ ଝାଙ୍କରପାଲି  ଓଭରର ଶେଷ ବଳରେ ୧୦୬ ରନ୍ କରି ଟୁର୍ଣ୍ଣାମେଣ୍ଟର ବିଜୟୀ ହୋଇଥିଲେ। ଫାଇନାଲ ମ୍ୟାଚ ର ଉଦ୍ଯାପିତ ଦିବସରେ ପଦ୍ମପୁର ର ବିଶିଷ୍ଟ ସମାଜସେବୀ ଚନ୍ଦନ ବଶଲ ଯୋଗଦାନ ଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରି ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ। 

     Ad..


ଉଦ୍ଯାପିତ ଦିବସରେ ମୁଖ୍ୟ ଅତିଥି ସମାଜସେବୀ ଜନସାଧାରଣ କିଭଳି ଭାବରେ ଖାଦ୍ୟ, ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ରେ ଅସୁବିଧା ର ସମ୍ମୁଖୀନ ନ ହେବେ ସେଥି ପାଇଁ ମୋର କର୍ତବ୍ଯ ରହିବ ଓ ପଦ୍ମପୁର କୁ ଜିଲ୍ଲା ଘୋଷଣା ସହ ଗନ୍ଧମାର୍ଦ୍ଦନ କୁ କିଭଳି ସୁରକ୍ଷା ଦିଆଯିବ ତାକୁ ନେଇ  ଅଂଚଳ ର ଜନସାଧାରଣ ସଦାବେଳେ ତତ୍ପର ରହିବେ ବୋଲି ଅନୁରୋଧ ଜଣାଇବା ସହ ଲୋକଙ୍କ ପାଇଁ ମୋର କର୍ତବ୍ଯ ସଦାବେଳେ ରହିଥିବ ବୋଲି ଜଣାଇଥିଲେ। 

ଏହାସହ ପଦ୍ମପୁର ଅଂଚଳ ର ସମସ୍ତ ଜନସାଧାରଣ କିଭଲି ଖୁସିରେ ରହିବେ ସେଥିପାଇଁ ମୋ ଟ୍ରଷ୍ଟ ଓ ମୁଁ ଚନ୍ଦନ ସଦାବେଳେ କର୍ତ୍ତବ୍ୟରତ ରହିବି ବୋଲି ଘୋଷଣା କରିଥିଲେ।

ଏହି ଉଦ୍ଯାପିତ ଦିବସର ଅନ୍ୟମାନଙ୍କ  ମଧ୍ୟ ରେ ଅତିଥି ଭାବରେ ଚଣ୍ଡିପାଲି ଗାଁ ଗୈନ୍ତିଆ ସରୋଜ ପଧାନ, ବରିଷ୍ଠ ଚାଷୀ ରବି ପଧାନ, ଟୁନା ବରିହା, ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥୀ,ଯାଦବ ବରିହା ପ୍ରମୁଖ ଯୋଗଦାନ ଦେଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଆୟୋଜକ ତଥା କର୍ମକର୍ତ୍ତା ପ୍ରମୁଖ ସମସ୍ତ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post