ଅଗ୍ନିକାଣ୍ଡ ଯୋଗୁଁ ଦୋକାନର ମାଲିକଙ୍କ ସମେତ ୩ ଜଣ ଗୁରୁତର ଆହତ...
ନୀଳଗିରି,୧୯/୦୧ : ବାଲେଶ୍ୱର ଜିଲ୍ଲା ନୀଳଗିରି ବଜାରରେ ଏକ ମିଠା ଦୋକାନରେ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ଅଗ୍ନିକାଣ୍ଡ ଦେଖାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଦୋକାନର ମାଲିକଙ୍କ ସମେତ ୩ ଜଣ ଗୁରୁତର ଆହତ ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Ad..
ସୂଚନା ଅନୁସାରେ ଗଜାନନ ସୁଇଟ୍ସରେ ଆଜି ମଧ୍ୟାାହ୍ଣ ପ୍ରାୟ ୧୨ଟାରେ ମିଠା ତିଆରି ଚାଲିଥିଲା। ଏହି ସମୟରେ ରନ୍ଧନ ଗ୍ୟାସ୍ ପାଇପ୍ରୁ ଗ୍ୟାସ୍ ନିର୍ଗତ ହୋଇଥିଲା। ଭାଟି ଘରେ ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଜଳିଥିଲା। ମାଲିକ ଯଦୁନାଥ ସାହୁ ଓ ଅନ୍ୟ ଦୁଇଜଣ ମିସ୍ତ୍ରୀ ରାଧାକିଶୋରପୁର ପଂଚାୟତ ପୁନ୍ଦାଳଗାଁର ନରେଶ ସିଂହ ଏବଂ ରାଜେଶ ସିଂହ ଦୁର୍ଘଟଣା ଶିକାର ହୋଇଛନ୍ତି।
Ad..
ମାଲିକ ସହିତ ୨ମିସ୍ତ୍ରୀ ୩୦ ପ୍ରତିଶତରୁ ଊର୍ଦ୍ଧ୍ବ ପୋଡ଼ିଯାଇଛନ୍ତି। ସ୍ଥାନୀୟ ଦୋକାନୀମାନେ ସେମାନଙ୍କୁ ସଂଗେସଂଗେ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ତେବେ ସେମାନେ ବିପଦମୁକ୍ତ ଥିବା ଜଣାପଡ଼ିଛି।
Ad..
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ୪୦ମିନିଟ୍ ଧରି କସରତ କରିବା ପରେ ନିଆଁକୁ ଲିଭାଇ ଥିଲେ। ଅପରପକ୍ଷରେ ନୀଳଗିରି ଥାନା ଅଧିକାରୀ ଗୋପାଳ କର୍ଣ୍ଣ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି।
Edited by k.s thakur...
Tags:
3 burn
balasore
fire
injured
latest news
latest update
odisha daily current affairs
sweet shop




