ପ୍ରବାସୀ ପଶ୍ଚିମ ଓଡିଶା ବାସୀ ଜୁହାର ପରିବାର ବଡୋଦରା ପକ୍ଷରୁ ଗୁଜରାଟ ରେ ପୁଷପୁନି ଭେଟ ଘାଟ...
ବରଗଡ଼,୧୯/୦୧ : ରବିବାର ଦିନ ଗୁଜୁରାଟ ର ବଡୋଦରା ସହର ରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀ ଜୁହାର ପରିବାର ବଡୋଦରା ପକ୍ଷରୁ ପୁଷପୁନି ଭେଟଘାଟ ଅନୁଷ୍ଠିତ ହୋଇଥିଲା।
Ad..
ପଶ୍ଚିମ ଓଡିଶା ର ମହାନ ଗଣପର୍ବ ପୁଷପୁନି ଖୁବ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ କରିଥିଲେ। ଏହି ଅବସର ରେ ସଦସ୍ୟ ବୃନ୍ଦ ସମ୍ବଲପୁରୀ ଗୀତ ଓ ବାଦ୍ୟ ର ସୁରେ ସୁରେ ଝୁମିଉଠି ଥିଲେ। ସମସ୍ତେ ସମ୍ବଲପୁରୀ ହସ୍ତତନ୍ତ୍ର ର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ। କୁନି କଳାକାର ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ।
Ad..
ଚଳିତ ବର୍ଷ ଜୁହାର ପରିବାର ଭଡୋଦରା ପକ୍ଷରୁ ପ୍ରକୃତି ର ସୁରକ୍ଷା ପାଇଁ ସମସ୍ତ ସଭ୍ୟ ଙ୍କୁ ଅଙ୍କୁରିତ ଚାରା ବିତରଣ କରାଯାଇଥିଲା। ସର୍ବ ଶେଷରେ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା।
Ad..
ସମସ୍ତେ ସମ୍ବଲପୁରୀ ଗୀତ ବାଦ୍ୟ ସହିତ ସମ୍ବଲପୁରୀ ଖାଦ୍ୟ ଯଥା ଚାଉଳ ବରା ଓ ଆରିସା ପିଠା ର ଭୁୟସି ପ୍ରଶଂସା କରି ଥିଲେ ତଥା ବିଦେଶ ରେ ରହି ମଧ୍ୟ ନିଜ ଅଞ୍ଚଳ କୁ ମନେ ପକାଉଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
gujrat
latest news
latest update
odisha daily current affairs
puspuni bhet ghat
vadodra




