ଯୁବନେତା ଯୁବରାଜ ବାଗ ଙ୍କ ପିତୃ ବିୟୋଗ...

ଯୁବନେତା ଯୁବରାଜ ବାଗ ଙ୍କ ପିତୃ ବିୟୋଗ...


ବଙ୍ଗୋମୁଣ୍ଡା,୧୯/୦୧ : ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ଅଲଣ୍ଡା ପଞ୍ଚାୟତ ସରପଞ୍ଚ ଙ୍କ ଶ୍ବଶୁର ତଥା ଯୁବନେତା ଯୁବରାଜ ବାଗ ଙ୍କ ବାପା ଜୟରାମ ବାଗ (୮୦) ଙ୍କ ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। 

             Ad..


ତେବେ ଶନିବାର ତାଙ୍କ ମୃତ୍ୟୁ ନିଜ ବାସଭବନରେ ହୋଇଥିବା ବେଳେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ କସ୍ତୁରୀ ତାଙ୍କ ପୁଅ ଯୁବରାଜ ଓ ପୁଅ ବୋହୂ ନିବେଦିତା ବାଗ, ଦୁଇ ନାତି ମନଜିତ ଓ ନେହେରୁ ଏବଂ ଝିଅ ଜୁଲି ନାଗ ଓ ଝିଅ ଜ୍ବାଇଁ ଜିତୁ କ୍ରିଷ୍ଣା ନାଗ ଉପସ୍ଥିତ ଥିଲେ। 

Ad..


ତାଙ୍କ ଶବାଧାରରେ ଓୟୁଜେ ଜିଲ୍ଲା ଟ୍ରିବୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ, ବଲଧା ସରପଞ୍ଚ ଙ୍କ ସ୍ବାମୀ ସଦାନନ୍ଦ ତାଣ୍ଡି , ବଲଧା ପୂର୍ବ ସମିତି ସଭ୍ୟ ଲମ୍ବୋଦର ବେହେରା, ବିଜେପି ଯୁବମୋର୍ଚ୍ଚା ଉପସଭାପତି ହେମନ୍ତ ସାହୁ, ନିତ୍ୟାନନ୍ଦ ପୃଷେଠ, ସଞ୍ଜିବ ଛୁରା , ଅଲଣ୍ଡା ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ଙ୍କ ସହ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।

    Ad..


ମୃତ ଖବର ପାଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଝଲପ ସରପଞ୍ଚଙ୍କ ସ୍ବାମୀ ଗୋବିନ୍ଦ ପୁଟେଲ, ଅର୍ସାତୁଲା ସରପଞ୍ଚ ଙ୍କ ସ୍ବାମୀ ସଞ୍ଜୟ ପୁଟେଲ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।



Report : Anil tripathi

Edited by k.s thakur...



Post a Comment

Previous Post Next Post