ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ମଙ୍ଗଳବାର ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି...

ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ମଙ୍ଗଳବାର ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି...


ବରଗଡ଼,୨୮/୦୧ : ଆଜି ଏନେଇ ବରଗଡ଼ ଅଗ୍ରଗାମୀ ଯୁବକସଙ୍ଘ ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଆଜିର ବୈଠକରେ  ବରଗଡ଼ ବାର ଏସିସିଏସନ ସହିତ ବିଭିନ୍ନ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ, ବରଗଡ଼ ଜିଲ୍ଲା କଂଗ୍ରେସ , ଆପ , ସହିତ ସଂଯୁକ୍ତ କୃଷକ ସଂଗଠନ,ଆମ୍ବେଦକର ଯୁବକସଙ୍ଘ, ଭୀମ ଆର୍ମି, ବରଗଡ଼ ନାଗରିକ କମିଟି,ସମ୍ବିଧାନ ସୁରକ୍ଷା ମଞ୍ଚ ଓ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

Ad..


ଆଜିର ସର୍ବ ଦଳୀୟ ବୈଠକରେ ପୀଡିତା ପ୍ରତି ହୋଇଥିବା ଅନ୍ୟାୟ ଓ ଅଭିଯୋଗ ପରେ ପୋଲିସ ବିଭାଗର ନିଷ୍କ୍ରିୟତାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। 

Ad..


ଆଲୋଚନାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶ୍ରୀ ଭୀଷ୍ମଦେବ ସରାଫ, ଦ୍ଵିତୀସ ଆଚାର୍ଯ୍ୟ, ଜାପାନ ମହାପାତ୍ର, ହରଦୀପ ସିଂ, ଭବାନୀ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ନିପନ ଦାସ, ବର୍ମା ମହାକୁର, କଳ୍ପନା ମାଝୀ,ରମେଶ ମହାପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ସଚେତନ ନାଗରିକ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

     Ad..


ଇତି ମଧ୍ୟରେ ପୀଡ଼ିତାଙ୍କ ପରିବାର ଓ ପୀଡ଼ିତାଙ୍କୁ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜନୈତିକ ଦଳ, ସଂଗଠନ ପହଞ୍ଚି ଘଟଣାର ଗୁରୁତ୍ୱକୁ ପଚାରି ବୁଝିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post