ବ୍ରାଉନସୁଗର ଓ ଗଞ୍ଜେଇ ଜବତ ପାଇଁ ବଡ଼ ଧରଣର ଚଢ଼ାଉ, ୪ ଗିରଫ...
ରାଉରକେଲା,୦୩/୦୧ : ରାଉରକେଲା ମୀନା ପଡ଼ାରେ ଗଞ୍ଜେଇ ଓ ବ୍ରାଉନସୁଗର ଜବତ କରିବା ପାଇଁ ପୁଲିସ ପକ୍ଷରୁ ବଡ ଧରଣର ଚଢ଼ାଉ। ବ୍ରାଉନସୁଗର ଓ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ୮ ଟି ଘରେ ଚଢ଼ାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୪ ଜଣଙ୍କ ମଧ୍ୟରେ ତିନିଜଣ ମହିଳା ଅଛନ୍ତି।
Ad..
୧୧୪ ଟି ଛୋଟ ପ୍ୟାକେଟରେଥିବା ୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ୪୦ କେଜି ଗଞ୍ଜେଇ ଜବତ କରାଯିବା ସହ ନଗଦ ୮୦ ହଜାର ଟଙ୍କା ଜବତ ହୋଇଛି। ସହରରେ ଗଞ୍ଜେଇ, ବ୍ରାଉନସୁଗର ଓ ନିଶାଦ୍ରବ୍ୟ ଚୋରା କାରବାର କରୁଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରିବା ପାଇଁ ରାଉରକେଲା ପୁଲିସ ପକ୍ଷରୁ ସ୍ବତନ୍ତ୍ର ଚଢ଼ାଉ ଆରମ୍ଭ ହୋଇଛି।
Ad..
୧୮ ବର୍ଷରୁ ୨୮ ବର୍ଷ ବୟସର ଯୁବକ ଅଧିକ ନିଶାଦ୍ରବ୍ୟ ସେବନ କରୁଥିବା ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନିଶାଦ୍ରବ୍ୟ ସେବନ କରୁଥିବା ଅଭିଯୋଗ ହୋଇଥିଲା। ଚୋରା ନିଶାଦ୍ରବ୍ୟ କାରବାର ରୋକିବା ପାଇଁ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି। ଏ ନେଇ ରାଉରକେଲା ଏସପି ନିତେଶ ଓ୍ଵାଧଓ୍ଵାନୀଙ୍କ ସୂଚନା ଦେଇଛନ୍ତି।
Ad..
Edited by k.s thakur...
Tags:
big raid
brown sugar
ganja
latest news
latest update
odisha daily current affairs
police
rourkela
seized




