ଧନୁଯାତ୍ରା ଉପଲକ୍ଷେ ଆଇନ ସଚେତନତା ଶିବିର...
ବରଗଡ଼,୦୪/୦୧ : ସ୍ଥାନୀୟ ଜର୍ଜ ହାଇସ୍କୁଲ ମୀନାବଜାର ପଡିଆରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ୧୩ ଜାନୁୟାରୀ ୨୦୨୫ ରିଖ ପର୍ଯ୍ୟନ୍ତ ଖୋଲା ରହିବ।
Ad..
ଗରିବ, ମହିଳା, ଶିଶୁ, ସାଧାରଣ ଜନତା ଏହାର ଲାଭ ଉଠାଇବାକୁ ଶିବିର ପକ୍ଷରୁ ଅନୁରୋଧ କରାଯାଇଛି। ଜିଲ୍ଲା ଜଜ୍ ଶ୍ରୀମତୀ ଲୁନା ମହାନ୍ତି ଶିବିରକୁ ଉଦଘାଟନ କରିଥିଲେ।
Ad..
ଅତିରିକ୍ତ ଜିଲ୍ଲା ବିଚାରପତି (Vigilance) ଶ୍ରୀ ରାଜା ରଞ୍ଜନ ପାଢି, ଅତିରିକ୍ତ ଜିଲ୍ଲା ବିଚାରପତି (POCSO) ଶ୍ରୀ କିରଣ କୁମାର ପ୍ରଧାନ, ରେଜିଷ୍ଟ୍ରାର ( ସିଭିଲ୍ କୋର୍ଟ) ଶ୍ରୀ ଦିଗ୍ବିଜୟ ଦାସ, ବରିଷ୍ଠ ଦେବାନୀ ବିଚାରପତି ଶ୍ରୀମତୀ ସୁଚରିତା ମହାନ୍ତି, ବରିଷ୍ଠ ଦେବାନୀ ବିଚାରପତି ( ମହିଳା ଅଦାଲତ) ଶ୍ରୀମତୀ ପ୍ରଜ୍ଞା ପୂଜାପ୍ରଦ...
Ad..
ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶ୍ରୀଷ୍ଟି ସାମନ୍ତ, ଦେବାନୀ ବିଚାରପତି ଶ୍ରୀମତୀ ସୋନାଲୀ ମହାନ୍ତି, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (LR & LTV) ସୁଶ୍ରୀ ଆର୍ଯ୍ୟା ଐଶର୍ଯ୍ୟା ଆଚାର୍ଯ୍ୟ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଶ୍ରୀ ଚନ୍ଦନ ଦେହୁରୀ, ପ୍ରାଧିକରଣ ଅର୍ନ୍ତଭୁକ୍ତ ଆଇନ୍ଜୀବୀ ଶ୍ରୀ ସୁଜିତ କୁମାର ଦାଶ, ଶ୍ରୀ କିରଣ କୁମାର ମିଶ୍ର, ଶ୍ରୀ ହେମନ୍ତ ପୁରୋହିତ, ଶ୍ରୀ ମନ୍ଦି ସାହୁ, ଶ୍ରୀ ଅପ୍ରମିତ ମିଶ୍ର, ଶ୍ରୀ ସାସତ ଶର୍ମା, ଶ୍ରୀ ବ୍ରହ୍ମସାଗର ମିଶ୍ର, ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ଦୋରା, ସୁଶ୍ରୀ ଭୈରବୀ ସାହୁ ଓ ଜିଲ୍ଲା ପାରାଲିଗାଲ ସେଚ୍ଛାସେବୀ କର୍ମକର୍ତା ଯୋଗ ଦେଇଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
dhanu jatra 2025
latest news
latest update
law awareness program
odisha daily current affairs




