୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ମିଳିବ ୩୫୦୦ ଟଙ୍କା...
ଭୁବନେଶ୍ବର,୦୩/୦୧ : ରାଜ୍ୟ ସରକାର ପୁଣି ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବେ। ଏଥି ସହିତ ୮୦ ପ୍ରତିଶତ ଅଥବା ଏଥିରୁ ଅଧିକ ପ୍ରତିଶତ ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ସରକାର ମାସିକ ଭତ୍ତା ୩୫୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Ad..
ବର୍ଦ୍ଧିତ ଭତ୍ତା ଚଳିତ ମାସ ଠାରୁ ଲାଗୁ ହେବ। ବର୍ତ୍ତମାନ ରାଜ୍ୟ ସରକାର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାସିକ ଭତ୍ତା ୧୨୦୦ ଟଙ୍କା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।
Ad..
ରାଜ୍ୟ କ୍ୟାବିନେଟ୍ ଆଜି ୯ଟି ପ୍ରସ୍ତାବ ଉପରେ ମୋହର ମାରିଛି। ଏଥିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମଧ୍ୟ ସାମିଲ ରହିଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ।
Ad..
୧କିଲୋ ୱାଟ୍ର ସୋଲାର ପାଇଁ ରାଜ୍ୟ ସରକାର ଅତିରିକ୍ତ ୨୫ ହଜାର ଟଙ୍କା ଦେବେ। କେନ୍ଦ୍ରର ୩୦ ହଜାର ସବ୍ସିଡି ବାଦ୍ ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେବେ। ସେହିପରି ୩ କିଲୋୱାଟ୍ ସୋଲର ଲଗାଇଲେ ରାଜ୍ୟ ସରକାର ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ।
ଆଜିର କ୍ୟାବିନେଟ୍ରେ ‘ସୁଭଦ୍ରା’ ଯୋଜନା ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଆବେଦନକାରୀ ଯଦି ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରନ୍ତି, ସେମାନଙ୍କୁ ୨ଟି କିସ୍ତିର ଟଙ୍କା ମିଳିବ। ମାର୍ଚ୍ଚ ସୁଦ୍ଧା ଆବେଦନ କଲେ ଏକକାଳୀନ ୨ଟି କିସ୍ତି ମିଳିବ।
ସୂଚନାଯୋଗ୍ୟ, ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରକୁ ପରାଜିତ କରିବା ପାଇଁ ନିର୍ବାଚନ ସମୟରେ ବିଜେପି ଏକାଧିକ ପ୍ରତିଶ୍ରୁତି ଦେଇଥିଲା। କ୍ଷମତାକୁ ଆସିଲା ପରେ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରା କରିବା ପାଇଁ ଉଦ୍ୟମ କରୁଛି। ମହାପ୍ରଭୁଙ୍କୁ ରତ୍ନଭଣ୍ଡାର ଖୋଲିବା, ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବ, ସୁଭଦ୍ରା ଯୋଜନାରେ ବର୍ଷକୁ ହିତାଧିକାରୀମାନଙ୍କୁ ୧୦,୦୦୦ ଟଙ୍କା ଦେବା ପାଇଁ କାମ ଜାରି ରଖିଛି।
Edited by k.s thakur...
Tags:
80 years older
announcement
Bhubaneswar
cm mohan Majhi
latest news
latest update
odisha daily current affairs
pension scheme




