ଟ୍ରକ ଚାଲକ ମାନଙ୍କ ଚକ୍ଷୁ ପରୀକ୍ଷା...
ବରଗଡ଼,୦୩/୦୧ : ଆଜି ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ରେ ପରିବହନ ଅଧିକାରୀ ଶ୍ରୀ ସାବୁଆ ମାଝୀ ଙ୍କ ଅଧ୍ୟକ୍ଷତାରେ ଟ୍ରକ୍ ମାଲିକ ସଂଘ ଓ ପରିବହନ ବିଭାଗ ଆନୁକୂଲ୍ୟରେ ଟ୍ରକ ଡ୍ରାଇଭର ମାନଙ୍କ ଚ଼କ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।
Ad..
ଜାନୁଆରୀ ୦୧ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପରିପ୍ରେକ୍ଷିରେ ସ୍ବଚ୍ଛ ଭାବରେ ରାସ୍ତା ଦେଖି ଦୁର୍ଘଟଣା କୁ ଏଡାଇବା ପାଇଁ ବରଗଡ଼ ପରିବହନ ବିଭାଗ ପକ୍ଷରୁ ଲାୟନ୍ସ କ୍ଲବ ର ଏକ ଡାକ୍ତରୀ ଦଳ ଚଷୁ ପରୀଷା କରିବା ସହ ଆବଶ୍ୟକ ସ୍ଥଳେ ଚଷମା ପ୍ରଦାନ କରିଥିଲେ।
Ad..
ଏଥିରେ ପରିବହନ ବିଭାଗ ରୁ ଟ୍ରାଫିକ ଇନିସପେକ୍ଟର ପ୍ରଦୀପ ପଟ୍ଟନାୟକ ତଥା ବିଶ୍ବ ଭୂଷଣ ଲେଙ୍କା, ସୁବାସ କୁମାର କାଣ୍ଡୁରାଙ୍କ ସମେତ ଅନେକ କର୍ମଚାରୀ ତଥା ଟ୍ରକ୍ ମାଲିକ ସଂଘ ସଭାପତି ନିର୍ମଳ କିଶୋର କର, ସଂପାଦକ କୁମର ସାହୁ, ସଂଗ୍ରାମ ପଣ୍ଡା ଓ ସମସ୍ତ ଟ୍ରକ୍ ମାଲିକ ଉପସ୍ଥିତ ରହି ସହଯୋଗ କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
eye testing
latest news
latest update
odisha daily current affairs
truck drivers
truck owners




