ସାଂସ୍କୃତିକ ଶୋଭାଯାତ୍ରା ରୁ ଶୁଭାରମ୍ଭ ହେଲା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା...

ସାଂସ୍କୃତିକ ଶୋଭାଯାତ୍ରା ରୁ ଶୁଭାରମ୍ଭ ହେଲା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା...


(ମହାରାଜା ଉଗ୍ରସେନ ଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ଙ୍କ ରାଜୁତି ଆରମ୍ଭ)

ବରଗଡ଼,୦୩/୦୧ :  ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଶୁଭାରମ୍ଭ ହେଲା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ହେଉଥିବା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଦିର୍ଘ ୧୧ ଦିନ ବ୍ୟାପୀ ଚାଲିବ। 

              Ad..


ସନ୍ଧ୍ୟା ୭ ଘଣ୍ଟା ରୁ ବରଗଡ଼ ସହର ମଥୁରାରେ ପରିଣତ ହୋଇ ଉଗ୍ରୋସନ ଙ୍କୁ ଗାଦିଚ୍ୟୁତ କରି ମହାପ୍ରତାପି  କଂସ ମହାରାଜ ହୋଇ ରାଜୁତି ଆରମ୍ଭ କରିଛନ୍ତି। କାରାଗାର ରେ କୃଷ୍ଣ ଜନ୍ମ ହେବାପରେ ଅମ୍ବାପାଲି ଗାଁ ମଥୁରା ରେ ପରିଣତ ହୋଇ ଶ୍ରୀ କୃଷ୍ଣ ଙ୍କ ବାଲ୍ୟ ଲିଲା ଚାଲିବ । 

Ad..


ସେହିପରି ବରଗଡ଼ ସହରରେ ବୋହି ଯାଉଥିବା ଜିରା ନଦୀ ଜମୁନା ନଇରେ ପରିଣତ ହୋଇ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଛି। ମଧ୍ୟାହ୍ନ ୨ ଘଣ୍ଟା ସମୟରେ ଗାନ୍ଧି ଛକ କଲ୍ୟାଣ ମଣ୍ଡପ ରୁ ସାଂସ୍କୃତିକ ଶୋଭାଯାତ୍ରା ରୁ ଶୁଭାରମ୍ଭ ହୋଇଛି ଧନୁଯାତ୍ରା। 

     Ad..


ବରଗଡ଼ ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ଦଳ ଓ କଳାକାର ସମେତ ପଡୋଶୀ ଜିଲ୍ଲା ସମେତ, କୋରାପୁଟ, କନ୍ଧମାଳ,ପୁରୀ,ବୈଦ ସମେତ ପଡୋଶୀ ରାଜ୍ୟ ଛତିଶଗଡ଼ ର ସାଂସ୍କୃତିକ ଦଳ ଯୋଗଦାନ ଦେଇ ବରଗଡ଼ ସହର ପରିକ୍ରମା କରିବା ସହ ସମଲେଶ୍ଵରୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରାଯାଇଛି। 

ଏପଟେ ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ମହାରାଜା ଉଗ୍ରସେନ ଙ୍କ ଦରବାରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଧନୁଯାତ୍ରା ର ଶୁଭାରମ୍ଭ ଉଦ୍ଘାଟନ ସମାରୋହ ରେ ଯୋଗଦାନ ଦେଇଛନ୍ତି। ଆସନ୍ତା ଦିନରୁ ଦିର୍ଘ ୧୦ ଦିନ ଧରି ମଥୁରାରେ କଂସ ରାଜୁତି ଓ ଗୋପପୁର ଠାରେ ନନ୍ଦ ଉତ୍ସବ ଆରମ୍ଭ ହୋଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post