ପୀଡ଼ିତା ଙ୍କୁ ବୁର୍ଲା ରେ ଭେଟିଲେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା...
ବରଗଡ଼ / ବୁର୍ଲା,୧୮/୦୧ : ଗତ ୧୨ ତାରିଖ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀ ର ଗତ ୧୪ ତାରିଖ ରୁ ବୁର୍ଲା ଭିମସାର ରେ ଚିକିତ୍ସା ଚାଲିଛି । ଗତକାଲି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ର ଏକ ପ୍ରତିନିଧି ମଣ୍ଡଳୀ ପୀଡ଼ିତା ଙ୍କ ଘର କୁ ଯାଇ ତାଙ୍କ ପାରିବାର ବର୍ଗ ଙ୍କୁ ସାକ୍ଷାତ ଆଲୋଚନା କରି ସାନ୍ତ୍ବନା ଦେଇ ଫେରି ଆସିଥିଲେ ।
Ad..
ଆଜି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ଓ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ର ବହୁ କର୍ମକର୍ତ୍ତା ବୁର୍ଲା ଠାରେ ଚିକିତ୍ସିତ ହେଉଥିବା ପୀଡ଼ିତା ଯୁବତୀ ଙ୍କୁ ଭିମସାର ର ସର୍ଜରୀ ୱାର୍ଡ ରେ ସାକ୍ଷାତ କରି , ସେଠାରେ ଥିବା ପୀଡ଼ିତା ଙ୍କ ଭଉଣୀ ଓ ଭିଣୋଇ ଙ୍କ ସହ ଆଲୋଚନା କରିଥିଲେ ଓ ପୀଡ଼ିତା ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଦଳ ସବୁବେଳେ ପରିବାର ଓ ପୀଡ଼ିତା ଙ୍କ ସାଙ୍ଗରେ ଛିଡା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Ad..
ସେମାନେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଡି ଏସ ପି ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପରେ ଏହି ପ୍ରତିନିଧି ମଣ୍ଡଳୀ ଭିମସାର ର ଅଧିକ୍ଷକ ଡ. ଲାଲମୋହନ ନାୟକ ଙ୍କୁ ସାକ୍ଷାତ କରି ଯେହେତୁ ପୀଡ଼ିତା ଙ୍କ ଅବସ୍ଥା ଏବେ ବି ଠିକ ନାହିଁ , ତାର ମାନସିକ ସ୍ଥିତି ମଧ୍ୟ ଠିକ୍ ନାହିଁ ଏବଂ ଇନ୍ଫେକ୍ସନ ର ସମ୍ଭାବନା ରହିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି।
Ad..
ପୀଡ଼ିତା ଙ୍କୁ ସାଧାରଣ ୱାର୍ଡ ରେ ନରଖି ଏକ ସ୍ବତନ୍ତ୍ର କେବିନ ରେ ଚିକିତ୍ସା କରାଯାଇ ,ତାଙ୍କ ପାଇଁ ଜଣେ ସ୍ଵତନ୍ତ୍ର ଡାକ୍ତର ଙ୍କୁ ଯୋଗାଇ ଦିଆଯାଉ , ଯିଏ କେବଳ ପୀଡ଼ିତା ଙ୍କ ଦାୟିତ୍ବ ରେ ରହିବେ ବୋଲି ଡ. ନାୟକ ଙ୍କୁ ଦାବୀ କରିଥିଲେ । ଡ.ନାୟକ , ଡାକ୍ତର ମାନଙ୍କ ସହ ଆଲୋଚନା କରି ଏହି ବିଷୟ ରେ ନିଶ୍ଚୟ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ପ୍ରତିନିଧି ମଣ୍ଡଳୀ ରେ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ହରଦିପ ସିଂ, ନିପନ ଦାଶ , ଦୁର୍ଗା ପାଢ଼ୀ, ଆସଫ ଅଲୀ ଖାଁ, ବ୍ରହ୍ମା ମହାକୁଡ,ଅଭିଷେକ ସେଟ ,ରବି ପଣ୍ଡା, ଗିରିଜା ନାୟକ , ଶିବବ୍ରତ ପ୍ରଧାନ, ଓକିଲ ଖମାରୀ, ମନୋରଞ୍ଜନ ପଟ୍ଟନାୟକ, ଗିରିଧାରୀ ମହାନନ୍ଦ, ଅନନ୍ତ ତାଣ୍ଡି, ରଥି କୁମ୍ଭାର, ଉମା ଭୋଇ,ରଞ୍ଜନ ସେଠୀ,ସରୋଜ ସେଟ, ନୀତିନ ଦାଶ, ଭୀମସେନ ମହାନ୍ତି, ମାନସ ଦାଶ, ଗୌରବ ପତି, ଦେବୁ ସ୍ୱାଇଁ, ନିଳୀମା ଅଗ୍ରୱାଲ , ତୋଷବନ୍ତ ମହାପାତ୍ର ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀ ରେ ସାମିଲ ଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
burla
congress
latest news
latest update
odisha daily current affairs
pidita
Sambalpur




