ତୁରେକେଲା କ୍ଳଷ୍ଟରରେ ମାସିକ ବୈଠକ ଅନୁଷ୍ଠିତ...

ତୁରେକେଲା କ୍ଳଷ୍ଟରରେ ମାସିକ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୮/୦୧ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ କେନ୍ଦ୍ରର ଅଷ୍ଟମ ମାସିକ ବୈଠକ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

           Ad..


ତୁରେକେଲା ନୋଡ଼ାଲ ଅଧିକାରୀ ଜ୍ଞାନେନ୍ଦ୍ର ମଲ୍ଲିକଙ୍କ ମାର୍ଗ ଦର୍ଶନରେ ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଏଗାର ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକଙ୍କ ଉପସ୍ଥିତିରେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ବୈଠକକୁ ପରିଚାଳନା କରିଥିଲେ।

Ad..


ଏହି ବୈଠକରେ ଶିକ୍ଷକ ପ୍ରଦୀପ କୁମାର ମେହେର  ସଂଖାଜ୍ଞାନ ଓ ଶିକ୍ଷକ ମାନସ ରଞ୍ଜନ ଜାଲ ଭାଷାଜ୍ଞାନ ଉପରେ ଆଦର୍ଶ ଶିକ୍ଷା ଦାନ ଦେଇଥିଲେ।ତାପରେ ଚଳିତ ମାସର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା।

    Ad..


ଏହି ବୈଠକରେ ଶିକ୍ଷୟିତ୍ରୀ ମାଧବୀଲତା ସାହୁ, ଡାଳିମ୍ବ ମେହେର,କୁନି ସାହୁ,ସୁଭଦ୍ରା ମେହେର, ବିନୋଦିନୀ ତାଣ୍ଡୀ,ସୁଦୀପ୍ତା ଜେନା, ନିବେଦିତା ବାରିକ, ଶିକ୍ଷକ ରବୀନ୍ଦ୍ର ରଥ,ସୁରୁମଣି ମେହେର, ଦେବ ବଗର୍ତ୍ତୀ,ପୀତାମ୍ବର ଲୁହା, ପ୍ରଫୁଲ୍ଲ ମାଝୀ, ଗୋପାଳ ଧରୁଆ ଆଦି ଉପସ୍ଥିତ ହୋଇଥିଲେ।



Edited by k.s thakur...

Post a Comment

Previous Post Next Post