ବାର୍ଷିକ କ୍ରୀଡ଼ା ଓ ଅଭିଭାବକ ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୧/୦୧ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା।ତୁରେକେଲା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
Ad..
ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି, ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା ଓ ସିଆରସିସି ଧନସିଂ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ ସଭା ପରିଚାଳନା କରିଥିଲେ।
Ad..
କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର, ପଦକ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ସଭାକୁ ସଫଳ କରିବାରେ ଶିକ୍ଷୟିତ୍ରୀ ସୁଦୀପ୍ତା ଜେନା,ନିବେଦିତା ବାରିକ ସହଯୋଗ କରିଥିଲେ।ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବିଦ୍ୟାଳୟ ଯଥା ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବକବାହାଲ ପ୍ରାଥମିକ ବିଦ୍ୟାଳୟ, ଗଇଁତାପଡା,ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ଶେଷ ବା ଚତୁର୍ଥ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ବୈଠକରେ ଅପାର ଆଇଡି,ଦ୍ୱିତୀୟ ସମାପ୍ତି ସୂଚକ ପରୀକ୍ଷା, ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ ପରିବେଶ ସହିତ ନିୟମିତ ବିଦ୍ୟାଳୟକୁ ପଠେଇବା ପାଇଁ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଶିକ୍ଷୟିତ୍ରୀ ମାଧବୀଲତା ସାହୁ, ସୁଦୀପ୍ତା ଜେନା, ନିବେଦିତା ବାରିକ, କୁନି ସାହୁ,ରାଜ କିଶୋର ନାଗ,ଦେବ ବଗର୍ତ୍ତୀ, ସୁନୀଲ ରଞ୍ଜନ ସଲତାର, ସୁଭଦ୍ରା ମେହେର, ଧରିତ୍ରୀ ମେହେର ଉପସ୍ଥିତ ରହି ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ।
Edited by k.s thakur...




