ବିଜେପି ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଙ୍କୁ ଦଳିୟ ବିରୋଧ...

ବିଜେପି ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଙ୍କୁ ଦଳିୟ ବିରୋଧ...


(ଦହିତା ବିଜେପି ମଣ୍ଡଳ ସଭାପତି ଚୟନକୁ କାର୍ଯ୍ୟକର୍ତ୍ତାଙ୍କ ତୀବ୍ର ବିରୋଧ)

ବରଗଡ଼,୧୧/୦୧ : ଦହିତା ଠାରେ ଆଜି ମଣ୍ଡଳ ସ୍ତରୀୟ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତା, ପଂଚାୟତ ପ୍ରମୁଖ, ବୁଥ ପ୍ରମୁଖ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ନେଇ ଏକ ମଣ୍ଡଳ ସ୍ତରୀୟ ବୈଠକ ସଭାପତି କେତେନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା। 

            Ad..


ନବ ନିର୍ବାଚିତ ମଣ୍ଡଳ ସଭାପତି ଚୟନକୁ ନେଇ ଏହି ବୈଠକରେ ଆଲୋଚନା କରାଗଲା। ମଣ୍ଡଳ ସଭାପତି ଚୟନରେ କାହାରି ମତାମତ ନନେଇ ନାମ ଘୋଷଣାକୁ ଅଗଣତାନ୍ତ୍ରିକ ଏବଂ ବିଧାୟକ ପ୍ରାଥୀ ଗୋବର୍ଧନ ଭୋଇଙ୍କ ଏକଛାତ୍ରବାଦ କୁ ବୈଠକରେ ତୀବ୍ର ନିନ୍ଦା କରାଗଲା। 

Ad..


ଏ ସମ୍ପର୍କରେ ରାଜ୍ୟସଭାପତି, ରାଜ୍ୟ ନିର୍ବାଚନ ଅଧିକାରୀ (ବିଜେପି),ରାଜ୍ୟ ସଂଗଠନ ସମ୍ପାଦକ,ଜିଲ୍ଲା ସଭାପତି ଏବଂ ଜିଲ୍ଲା ନିର୍ବାଚନ ଅଧିକାରି (ବିଜେପି) ଙ୍କୁ ଲିଖିତ ଭାବେ ଜଣାଇବାକୁ ପ୍ରସ୍ତାବ ଗୃହୀତ କରାଗଲା। ମନମୁଖୀ ଭାବେ ଘୋଷଣା ମଣ୍ଡଳ ସଭାପତି ନାମକୁ ନାକଚ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ (ବିଜେପି) ଅନୁରୋଧ କରାଗଲା। 

     Ad..


କାର୍ଯ୍ୟକର୍ତାଙ୍କ ଦ୍ଵାରା ଗ୍ରୀହିତ ପ୍ରସ୍ତାବକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ପାର୍ଟିର ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବା ପାଇଁ ମତ ପ୍ରକାଶ ପାଇଲା ଏବଂ ସଂଗଠକୁ ଭାଗ ଭାଗ କରି ପାର୍ଟିକୁ ଦୁର୍ବଳ କରୁଥିବା ଗୋବରର୍ଦ୍ଧନ ଭୋଇ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସଭାପତିଙ୍କୁ ଆଜିର ବୈଠକରେ ଅନୁରୋଧ କରାଗଲା।

ଏହି ବୈଠକରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତା, ପଂଚାୟତ ପ୍ରମୁଖ ତଥା ବୁଥ୍ ପ୍ରମୁଖ, ଜିଲ୍ଲା ପରିଷଦ ସଦସ୍ୟ ମକରଧଜ ବଗାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ପୂର୍ବତନ ବ୍ଲକ ସଭାପତି ଡ଼ଃ ଶ୍ରୀକାନ୍ତ ପାଣିଗ୍ରାହୀ, ସରପଞ୍ଚ ଆନନ୍ଦ ବେହେରାଙ୍କ ସମେତ ଦୁଇଶହରୁ ଅଧିକ କାର୍ଯ୍ୟକର୍ତା ବୈଠକରେ ଯୋଗଦାନ କରୁଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post