ପଦ୍ମପୁରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ...

ପଦ୍ମପୁରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ...


ପଦ୍ମପୁର,୧୧/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ସଦର ମହକୁମାଠାରେ ବରିଷ୍ଠ ନାଗରିକ ସଂଘ ଏବଂ ବଣିକ ସଂଘ, ପଦ୍ମପୁରଙ୍କ ମିଳିତ ସ‌ହ‌ଯୋଗରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ, ବଣିକ ସଂଘ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଅଂଚଳ ମହାବିଦ୍ୟାଳୟ, ପଦ୍ମପୁର ଏବଂ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି. କ୍ୟାଡେଟ୍ ମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଏକ ସଚେତନତା ମ୍ୟାଲିରେ ବାହାରି ଲିଫ୍‌ଲେଟ୍‌ ବଣ୍ଟନ ସହିତ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଶ୍ଳୋଗାନ ମାନ ଦେଇ ସହର ପରିକ୍ରମା ପୂର୍ବକ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। 

Ad..


ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ଯରେ ବରିଷ୍ଠ ସଦସ୍ୟ ଶ୍ରୀ ଗୌନ୍ତିଆ କୁମାର ସାହୁ, ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ଏବଂ ବଣିକ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ପ୍ରମୁଖ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଏହାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

     Ad..


କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ନାଗରିକ ସଂଘର ସଦସ୍ୟ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପାଣିଗ୍ରହୀ ଉପସ୍ଥିତ ସମସ୍ତ ସଦସ୍ୟ ତଥା କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ ଜଣାଇବା ସହିତ ସଡକ ସୁରକ୍ଷା ସଚେତନତାର ଆବଶ୍ୟକତା ଉପରେ ନିଜସ୍ୱ ମତ ପ୍ରଦାନ କରିଥିଲେ। 

ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଶ୍ରୀଯୁକ୍ତ ପୁରନ୍ଦର ଦୋରା, ରାସ ବିହାରୀ ତ୍ରିପାଠୀ, ସାମାଜିକ କର୍ମି ନିରୋଜ ଦୋରା, ଗୋବିନ୍ଦ ପାଣିଗ୍ରହୀ, ବାସୁଦେବ ଦୋରା, ରାଜ କିଶୋର ଯୋଶୀ, ବିଷ୍ଣୁନାରାୟଣ ଦୋରା, ସନ୍ତୋଷ କୁମାର ମହାନ୍ତି, ପ୍ରୀତି ରଞ୍ଜନ ପ୍ରଧାନ, ଜିତେନ୍ଦ୍ର କୁମାର ଦାଶ, ଚୌବନ ସ୍ଵାଇଁ, ସୌରୁପ ପୁରୋହିତ, ସତ୍ୟନାରାୟଣ ତ୍ରିପାଠୀ, ଅଶ୍ୱିନୀ ପଣ୍ଡା, ଭରତ ଚନ୍ଦ୍ର ସାହୁ, ବିବେକାନନ୍ଦ ମହାପାତ୍ର, ରବି ନାରାୟଣ ଦୋରା, ଶୁକଦେବ ମେହେର, ବିଦ୍ୟାଧର ଦାଶ, ଅକ୍ଷୟ ଦୋରା, ରାମଚନ୍ଦ୍ର ତ୍ରିପାଠୀଙ୍କ ସମେତ ଅଂଚଳ ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଜୟ କୁମାର ଭୁଏ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post