ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ଓ କ୍ଷତିପୂରଣ ଦାବି କୁ ନେଇ ମୃତ ଶରୀର ରଖି ରାସ୍ତା ଅବରୋଧ...

ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ଓ କ୍ଷତିପୂରଣ ଦାବି କୁ ନେଇ ମୃତ ଶରୀର ରଖି ରାସ୍ତା ଅବରୋଧ...


ସିନ୍ଧେକେଲା,୧୧/୦୧ : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର। 

            Ad..


ଶୁକ୍ରବାର ଜାମପଡା ଗ୍ରାମର ପିଂକୁ ଥପା (୨୫) ଓ ଖଇରଭାଡି ଗ୍ରାମର ଚନ୍ଦ୍ରଶେଖର ଟାହାଣୀ (୩୪) ହିରୋ ସ୍ପ୍ଲେଣ୍ଡର ନମ୍ବର ଓଡି ୨୬ ୩୪୮୭ ବାଇକ୍ ରେ ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ ପଥର୍ଲା ଗ୍ରାମକୁ ଏକ ଏକୋଇଶିଆ କାର୍ଯ୍ୟକ୍ରମରେ ଯୋଗଦେଇ ସଂନ୍ଧ୍ୟା ସମୟରେ ଘରକୁ ଫେରିବା ସମୟରେ କୌଣସି କାରଣରୁ ଚାନ୍ଦୋତରା ନିକଟରେ ସଡ଼କ ଦୁର୍ଘଟଣା ଘଟି ପିଂକୁ ଥପା ଙ୍କ ମୃତ୍ୟୁ ଘଟିଥିଲା।

Ad..


ଖବର ପାଇ ସିନ୍ଧେକେଲା ପୋଲିସ ଥାନା କେସ ନମ୍ବର ୬/୨୫ ରୁଜୁ କରି  ଶବ ଜବତ କରିବାସହ ଶବ ବ୍ୟବଚ୍ଛେଦ ପରେ ଶନିବାର ପରିବାର ବର୍ଗ ଙ୍କୁ ମୃତ ଶରୀର ହସ୍ତାନ୍ତର କରିଥିଲେ। ପରିବାର ବର୍ଗ ଓ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଅତି ଶିଘ୍ର ଧରିବା ଓ କ୍ଷତିପୂରଣ ଦାବି କରି ଜାମ ଖୁଣ୍ଟା ଛକରେ ଭବାନୀପାଟଣା - ରାୟପୁର ୧୯ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ। 

    Ad..


ସିନ୍ଧେକେଲା ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ, ପରେ ପ୍ରଶାସନ ତରଫରୁ ସିନ୍ଧେକେଲା ଆର ଆଇ ଓ ଝରିଆଲ ଆର ଆଇ , ରେଡକ୍ରସ ଫଣ୍ଡ ରୁ ୧୦ ହଜାର ଓ ସ୍ଥାନୀୟ ପଞ୍ଚାୟତ ତରଫରୁ ୩ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି।



Report : Anil tripathi

Edited by k.s thakur...



Post a Comment

Previous Post Next Post