ପ୍ରଶାସନ ବିରୁଦ୍ଧରେ ଦୀପାଳି ଦାସଙ୍କ ଯୁଦ୍ଧଂ ଦେହି ଡାକରା...
ଭୁବନେଶ୍ୱର,୧୧/୦୧ : ବିନା କାରଣରେ ବିନା ସର୍ଚ୍ଚ ୱାରଣ୍ଟରେ ବିନା ଦୋଷରେ ୨୪ ଘଣ୍ଟା ଧରି କିର୍ମିରା ପିଆରଆଇ ସଦସ୍ୟଙ୍କୁ ଅଟକ ରଖି ମାନସିକ ନିର୍ଯାତନା ଦେବା ଅଭିଯୋଗ ଆଣି ପ୍ରେସମିଟ କରି ପୋଲିସ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ।
Ad..
୧୨ ଘଣ୍ଟା ବିନା ଖାଦ୍ୟ ବିନା ପାଣିରେ ମହିଳା, ଛୁଆ ଓ ବୟସ୍କକୁ ଅଟକ ରଖାଗଲା । ତାଙ୍କ ଭାଇ ବିଶାଲ ଦାସ ଓ ଅନ୍ୟମାନଙ୍କୁ କାହା ଅର୍ଡରରେ ଅଟକ ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି ଦୀପାଳି । ଛତିଶଗଡ ପୋଲିସ କହିଲେ ଉପରୁ ଅର୍ଡର ଆସିଲେ ଛାଡ଼ିବୁ । କେଉଁ ଅର୍ଡର ଓଡ଼ିଶାର ନା ଛତିଶଗଡର ବୋଲି ପ୍ରଶ୍ନ କରିଛନ୍ତି ଦୀପାଳି ।
Ad..
ଅନାସ୍ଥା ପାଇଁ ପୋଲିସକୁ ଗୁଣ୍ଡା ଭାବେ ବ୍ୟବହାର କରାଯାଉଛି ବୋଲି କହିବା ସହିତ କାଲି ଭୋଟ କରିବାକୁ ସେ ଚ୍ୟାଲେଞ୍ଜ ଦେଇଛନ୍ତି।ଘଟଣାର ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି ବିଜେଡି । ଝାରସୁଗୁଡାରେ ତର୍ଜମା କରି ବିରେଧୀ ଦଳ ନେତାଙ୍କୁ ଦେବ ରିପୋର୍ଟ।
Ad..
ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୧୩ ତାରିଖରେ କିର୍ମିରାର ଦୁଇ ତୃତୀୟାଂଶ ପଞ୍ଚାୟତ ପ୍ରତିନିଧି ଜିଲ୍ଲାପାଳଙ୍କୁ ଅନାସ୍ଥା ଭୋଟ ନେଇ ପ୍ରସ୍ତାବ ଦେଲେ । ହେଲେ ତାକୁ ଗଡ଼ାଇ ଚାଲିଲେ ପ୍ରଶାସନ । ଶେଷରେ ହାଇକୋର୍ଟ ଏସବୁ ଦେଖି ଅନାସ୍ଥା ପାଇଁ ନିର୍ଦ୍ଦେଶ ଦେଲେ ।
ଜିଲ୍ଲାପାଳ ୧୦ ଜାନୁଆରୀ ତାରିଖ ଦେଲେ। ୮ ତାରିଖରେ ବିଜେପି ଗୁଣ୍ଡା ଅନାସ୍ଥା ନେଇ ପରିବାରକୁ ହଇରାଣ କରିବାକୁ ଧମକ ଦେଲେ। ଯେଉଁଥିପାଇଁ ୧୨ ସମିତି ସଭ୍ୟ ଭିଡିଓ ଜାରି କରି ସୁରକ୍ଷା ମାଗିଲେ। ୯ ତାରିଖରେ କାହା ନିର୍ଦ୍ଦେଶରେ ଲାଇକେରା ଆଇଆଇସି ଦିଲ୍ଲୀପ ବେହେରା ସ୍ଥାନୀୟ ଗୁଣ୍ଡାଙ୍କ ସହ ଘରୋଇ ସମ୍ପତ୍ତି ଯାଞ୍ଚ କରିବାକୁ ଆସିଲେ ବୋଲି ପଚାରିଛନ୍ତି ଦୀପାଳି।
Edited by k.s thakur...
Tags:
Bhubaneswar
bjd
dipali dash
ex MLA jharsuguda
latest news
latest update
odisha daily current affairs
press conference




