ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ...
ବରଗଡ଼,୨୩/୦୧ : ସକାଳ ୮ ଟାରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଉପରେ କିଶୋରି ବାଲିକା ମାନଙ୍କ ଦ୍ୱାରା ଜଣ ସଚେତନତା ନିମନ୍ତେ ଏକ ସାଇକେଲ ରାଲି କରାଯାଇଥିଲା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବରଗଡ ଙ୍କ ସହିତ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତା, ଅଙ୍ଗନବାଡି କର୍ମୀ ସାମିଲ ହୋଇଥିଲେ।
Ad..
ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାରଣା ଅତିରିକ୍ତ ଶାସନ ସଚିବ, ଭୁବନେଶ୍ୱର ଓଡିଶା ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ।ଏହାପରେ ପୂର୍ବାହ୍ନ ୧୦ ଟା ସମୟ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ,ବରଗଡ଼ ଠାରେ "ବେଟି ବଚାଓ ବେଟି ପଢ଼ାଓ" ଯୋଜନା ର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ମାନ୍ୟବର ବିଧାୟକ ବରଗଡ଼ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ସରଙ୍ଗୀ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବରଗଡ଼ ଙ୍କ ଦ୍ୱାରା ବେଶ ଆଡମ୍ବର ରେ ପାଳନ କରାଯାଇଥିଲା, ଶ୍ରୀମତୀ ମାଙ୍ଗଳିକା ଦାଶ ସୁରକ୍ଷା ଅଧିକାରୀ ବରଗଡ ଏହି ଯୋଜନାର ଉଦ୍ଦେଶ୍ୟ ବିଷୟ ରେ ଆଲୋକପାତ କରିଥିଲେ।
Ad..
ମାନ୍ୟବର ବିଧାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷିତା ହୋଇ ଆତ୍ମ ନିର୍ଭରଶୀଳ ହେବାପାଇଁ ଉତ୍ସାହିତ କରିଥିଲେ ଏହା ପରେ "ବେଟି ବଚାଓ ବେଟି ପଢ଼ାଓ" ପ୍ରସଙ୍ଗ ଉପରେ ଏହି ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ,ଗୀତ ଅଭିନୟ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କର ଯାଇଥିଲା , ଶ୍ରୀଯୁକ୍ତ ତପନ କୁମାର ପାତ୍ର ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ )ବରଗଡ଼ ଙ୍କ ଦ୍ୱାରା ଏକ କବିତା ପାଠ କରିଥିଲେ ଶ୍ରୀମତୀ ସୁଷମା ଦାଶ ଇଂରାଜୀ ଅଧ୍ୟାପିକା ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ କଳାପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ଶାନ୍ତି ସୁନା ପ୍ରଧାନ ଶ୍ରିକ୍ଷୟିତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବରଗଡ଼ ,ଶ୍ରୀମତୀ ମଞ୍ଜୁ ଏକ୍କା ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବରଗଡ,ଶ୍ରୀମତୀ ଦେବକୀ ପଟେଲ ,ଶ୍ରୀମତୀ ନିମିଷୟା ପ୍ରଧାନ ,ଓ ଦେବକୀ ମଲ୍ଲିକ ପରିଯୋଜନା ଅଧିକାରୀ ବରଗଡ଼ ଉପସ୍ଥିତ ଥିଲେ।
ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ ର ଶ୍ରୀଯୁକ୍ତ ତରୁନସେନ ପୁରୁସେଠ୍ ଜିଲ୍ଲା ପରାମର୍ଶ ଦାତା ଶିଶୁ ସୁରକ୍ଷା ସମସ୍ତ ବିଭାଗ ସହିତ ଯୋଗାଯୋଗ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ଓ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପ୍ତି କରିଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
beti bachao beti padhao
district level
latest news
latest update
odisha daily current affairs
program




