ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ...
ବରଗଡ଼,୨୩/୦୧ : ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ଵାଧୀନତା ସଂଗ୍ରାମ ର ପରାକ୍ରମୀ ସଂଗ୍ରାମୀ ଯୋଦ୍ଧା ଥିଲେ ବୋଲି ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ଉଭୟ ମହାପୁରୁଷ ଙ୍କ ଜୟନ୍ତୀ ପାଳନ ଅବସର ରେ ମତ ପ୍ରକାଶ ପାଇଛି।
Ad..
ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାଧୀନତା ସଂଗ୍ରାମ ରେ ଉଭୟ ନେତା ଙ୍କ ପରାକ୍ରମ ଅବର୍ଣ୍ଣନୀୟ ବୋଲି ମତ ବ୍ୟକ୍ତ କରିଥିଲେ।
Ad..
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚାଷୀ ନେତା ସଚ୍ଚିଦାନନ୍ଦ ପଣ୍ଡା,ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ, ପ୍ରମୁଖ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ବି ଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟ କ୍ରମ ଅବସର ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ,ଭାଷଣଓ ଦେଶାତ୍ମ ବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଥିବା ବେଳେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
Ad..
ବିଚାରକ ଭାବେ ସୁନୀତା ମିଶ୍ର,ଗୀତା ଜାଲ,ଭାରତୀ ସେଟ୍,ବବିତା ନାଏକ ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୀମା ଭୋଇ ଜ୍ୟୋତି ବେହେରା ସାଜ୍ଞା ପ୍ରଧାନ ସୁରେଖା ମୁଗ୍ରୀ ପ୍ରମୁଖ ଯୋଗ ଦେଇ ଉଭୟ ମହାପୁରୁଷ ଙ୍କ ସ୍ମୃତି ଚାରଣ କରି ଥିବା ବେଳେ କଣ୍ଠ ଶିଳ୍ପୀ ସୀମା ସାହୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
birsurendra Sai
celebrate
jayanti
latest news
latest update
odisha daily current affairs
subash Bose




