ତୁଶ୍ରୀତା ସିଂ ମାଝୀ ଜିଲ୍ଲାରେ ପ୍ରଥମ...

ତୁଶ୍ରୀତା ସିଂ ମାଝୀ  ଜିଲ୍ଲାରେ ପ୍ରଥମ...


କଣ୍ଟାବାଞ୍ଜି,୧୦/୦୧ : ଓଡ଼ିଶାରେ ଅଠରତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Ad..


ତୁରେକେଲା ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ଜେ ଏମ ଜେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କଣ୍ଟାବାଞ୍ଜିର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ତୁଶ୍ରୀତା ସିଂ ଦେବୀ ମାଝୀ ଇଂରାଜୀ ରଚନା ଲିଖନରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିଥିଲେ।

Ad..


ଖୁସିର କଥା ପୃଥିବୀ ରାଜ ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ଠାରେ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ପୁରସ୍କାର ପ୍ରଦାନ ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱ।ର,ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର ଅତିଥି ଭାବେ ଯୋଗ ଦେଇଥିଲେ।

     Ad..


ସୁଶ୍ରୀ ତୁଶ୍ରୀତାଙ୍କୁ ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା।ପ୍ରକାଶ ଥାଉକି ତୁଶ୍ରୀତାଙ୍କ ସ୍ୱଲିଖିତ ଶିଶୁ କବିତା ମମତାର ଡୋରି,ଇନ୍ଦ୍ରଧନୁ ସମେତ ଅନେକ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି।ସେ ଜଣେ ମେଧାବୀ ଛାତ୍ରୀ ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଛନ୍ତି।

ତାଙ୍କର ବାପା ଧନସିଂ ମାଝୀ ମାନ୍ଦଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଥିବା ବେଳେ ମାଆ ଗଙ୍ଗଦେଇ ଧରୁଆ ଜାମୁଟଯୁରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି।ତାଙ୍କର ସଫଳତାର ଖବର ପାଇ ସହପାଠୀ ଓ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି।



Edited by k.s thakur...




Post a Comment

Previous Post Next Post