ମୀନାବଜାର ରେ ରୋବୋଟିକ ଆନିମଲ ଶୋ ଟିକଟ ଦର୍ଶକ ମାନଙ୍କ ପାଇଁ ୫୦ ପରିବର୍ତ୍ତେ ୩୦ ଟଙ୍କା ହବ...
ବରଗଡ଼,୧୦/୦୧ : ଧନୁଯାତ୍ରା ମୀନାବଜାର ଜର୍ଜ ହାଇସ୍କୁଲ ପଡିଆରେ ଚାଲିଥିବା ଅବ୍ୟବସ୍ଥା କୁ ନେଇ ବରଗଡ ସଚେତନ ନାଗରିକ ମଞ୍ଚ ଗତ ବୁଧବାର ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆଣିଥିଲା।
Ad..
ରୋବୋଟିକ ଆନିମଲ ଶୋ ଯେଉଁ ୫୦ ଟଙ୍କା ଟିକଟ ବାବଦରେ ନେଉଥିଲେ ତାକୁ ୨୦ ଓ ୩୦ ଟଙ୍କା କରିବାକୁ ଉପଜିଲ୍ଲାପାଳ ଅର୍ଡର କରିଥିଲେ କିନ୍ତୁ ତାହାର ବ୍ୟତିକ୍ରମ ଦେଖାଦେଇଥିବାରୁ ଯାତ୍ରା ଏନଫୋର୍ସମେଣ୍ଟ କମିଟି ଚଢାଉ କରିଥିଲା। ଏବାବଦ ରେ ପୁଣି ଶୁକ୍ରବାର ଆଲୋଚନା ହୋଇଥିଲା ।
Ad..
ଯେଉଁ ଥିରେ ବିଭିନ୍ନ ପକ୍ଷ ନିଜ ନିଜ ମତ ରଖି ଥିଲେ, ମୁଖ୍ୟତଃ ବିଭିନ୍ନ ସରକାରୀ ଓ ପ୍ରତିପତ୍ତିଶାଳୀ ଲୋକ ମାନେ ମୀନା ବଜାର ରେ ଫ୍ରି ପାସ ଡିମାଣ୍ଡ କରି ଫାଇଦା ଉଠାଉ ଥିବା ଅଭିଯୋଗ ଆସିଥିଲା ଯ ଦ୍ୱାରା କି ଟେଣ୍ଡର ରେ ନେଇଥିବା ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା ସମସ୍ତ ଆଲୋଚନା ପରେ ଶେଷରେ ରୋବୋଟିକ ଆନିମଲ ସମସ୍ତଙ୍କ ପାଇଁ ୩୦ ଟଙ୍କା ସ୍ଥିର କରାଗଲା।
Ad..
ଏହି ଆଲୋଚନା ରେ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ବରଗଡ ବିଡ଼ିଓ, ଭୀଷ୍ମଦେବ ସରାଫ, ପ୍ରଶାନ୍ତ ବେହେରା, ପ୍ରଭାତ ଆଦିତ୍ୟ ମିଶ୍ର, ଅବନୀ ପଣ୍ଡା, ବୀରେନ ପ୍ରଧାନ, କିଶୋର ସାହୁ, ଭବାନୀ ସାହୁ, ଶୟନ ପଣ୍ଡା, ମନୋହର ପ୍ରଧାନ, ସରୋଜ ନାଏକ, ନିଖିଳ ପାଣିଗ୍ରାହୀ, ଜିଭି ରାଓ, ଗୋବିନ୍ଦ ଶର୍ମା,ଲାଲା ଦୀପ, ମହମ୍ମଦ ଫିରୋଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...




