ଚତୁର୍ଥ ଜିଲ୍ଲା ସ୍ତରୀୟ ଧନୁଯାତ୍ରା କୁଇଜ୍ ପ୍ରତିଯୋଗିତା...
ବରଗଡ଼,୧୦/୦୧ : ଆଗାମୀ ପିଢ଼ିଙ୍କ ମଧ୍ୟରେ ଧନୁଯାତ୍ରାର ଐତିହ୍ୟ ଓ ପରମ୍ପରାକୁ ପରିଚିତ କରାଇବା ଉଦ୍ଧେଶ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଧନୁଯାତ୍ରା କୁଇଜ୍ ପ୍ରତିଯୋଗିତା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
Ad..
ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମ ପରିସର ମଧ୍ୟରେ ଆୟୋଜିତ ଜାତୀୟ ହସ୍ତତନ୍ତ ପ୍ରଦର୍ଶନୀ ମେଳାରେ 'ବୟନିକା' ଓଡିଶା ଓ 'ମହତାବ ଶିଶୁ ସାହିତ୍ୟ ସଂସଦ'ର ମିଳିତ ଆନୁକୂଲ୍ୟରେ ଡକ୍ଟର ରବିନାରାୟଣ ସାହୁଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପାଖାପାଖି ୯୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
Ad..
ପ୍ରିତମ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିବରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦେଇ ଏହି କୁଇଜ୍ ପ୍ରତିଯୋଗିତା କେବଳ ବରଗଡ଼ ସହର ମଧ୍ୟରେ ସିମୀତ ନରଖି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।
Ad..
ସମ୍ମାନୀତ ଅତିଥି ଭାବେ 'ବୟନିକା'ର ବୋର୍ଡ଼ ଡାଇରେକ୍ଟର ସଞ୍ଜୟ କୁମାର ମିଶ୍ର, ବୟନିକାର ଲିଗାଲ ଡାଇରେକ୍ଟର ପ୍ରଶାନ୍ତ କୁମାର ଶତପଥି, 'କୁସୁମ' ଟିଭିର ନିର୍ଦ୍ଦେଶକ କୁସୁମ ମଞ୍ଜରି ଦାଶ,ପୂର୍ବତନ ନଗର ପାଳ ପ୍ରଶାନ୍ତ ବେହେରା, ଅଭ୍ୟର୍ଥନା କମିଟି ର ଲକ୍ଷ୍ମୀ ନାରାୟଣ ରଥ , ବୟନ ନିରୀକ୍ଷକ କାଶୀନାଥ ଦତ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା,ରେଣୁଦାଶ ଶର୍ମା, ଅଧ୍ୟାପିକା ସୁଷମା ଦାଶ, ଦୁଃଖି ସେବକ ସାହୁ, ସମାଜସେବୀ ସଙ୍ଘମିତ୍ରା ପଟେଲ, ଡକ୍ଟର ଡୋଳାମଣି ଶତପଥୀ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ। ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




