ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବାର୍ଷିକ ପାରିବାରିକ ମିଳନ...

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବାର୍ଷିକ ପାରିବାରିକ ମିଳନ...


ବରଗଡ଼,୧୧/୦୧ :  ବରଗଡ଼ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ର ସକ୍ରିୟ ସଂଯୋଜନା ରେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ର ବାର୍ଷିକ ପାରିବାରିକ ମିଳନ ବରଗଡ଼ ଉପକଣ୍ଠ ବରାହଗୁଡା ନିକଟସ୍ଥ ଲା ଫ୍ଲୋରା ଇକୋ ରିସର୍ଟ ପ୍ରାକୃତିକ ଉଦ୍ୟାନ ରେ ମହା ସମାରୋହରେ ପାଳନ କରାଯାଇଥିଲା।

Ad..


ଏହି ମହା ମିଳନରେ କୁନି ଝିଅ ସାଇ ଶ୍ରୀ ମହାନ୍ତିଙ୍କ ଓଡିଶୀ ସହ  ରୋଟାରୀ ପବ୍ଲିକ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା ନବ ଦୁର୍ଗା, ବଙ୍ଗାଳି ଢାକ ଓ ସମ୍ବଲପୁରୀ ନୃତ୍ୟ ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତପରେ ସଦସ୍ୟ /ସଦସ୍ୟା ମାନଙ୍କ ଦ୍ୱାରା ଗୀତ, କବିତା ପାଠ, ସଂଳାପ ଆଦି ସହ ଉଭୟ ମହିଳା ଓ ପୁରୁଷ ଙ୍କ ପାଇଁ ପୃଥକ କୌତୁକ ଖେଳ ପ୍ରତିଯୋଗିତା ହୋଇ ଥିଲା।

Ad..


ସାଧାରଣ ବୈଠକ ରେ ମହାସଂଘର ସଭାପତି ପ୍ରୋ: ଟହଲୁ ସାହୁ ଆଗାମୀ ପ୍ରତିଷ୍ଠା ଦିବସ ସୁଦରଗଡ ଠାରେ ଏପ୍ରିଲ ତେର ତାରିଖ ରେ ପାଳନ କରାଯିବ ବୋଲିି ଘୋଷଣା କରିଥିଲେ।  ଆୟୋଜନ ବରଗଡ଼ ସଂଘ କୁ ମନୋରଞ୍ଜନ ଭରା ସୁନ୍ଦର ଆୟୋଜନ ସ୍ମରଣୀୟ ହୋଇ ରହିବ ବୋଲି ଆସିଥିବା ଅତିଥି ମାନେ ପ୍ରଶଂସା କରିଥିଲେ। 

     Ad..


ସଂଗଠନ ସମ୍ପାଦକ ନାରାୟଣ ନାଏକ ବରଗଡ଼ ସଂଘର ସଭାପତି ପ୍ରମୋଦ ଝାଙ୍କର, ସମ୍ପାଦକ ଗୋବିନ୍ଦ ଦାଶ, ସୁଶୀଲ ମହାପାତ୍ର, ଦେବୀ ପଟ୍ଟନାୟକ, ପ୍ରସନ୍ନ ପ୍ରଧାନ,ପବିତ୍ର ସରାଫ,ଲୋକନାଥ ଆଚାର୍ଯ୍ୟ, ନିରୋଜ ବିଶ୍ୱାଳ ରମାକାନ୍ତ ସାହୁ,ଗୌରଚନ୍ଦ୍ର କର ଆଦିଙ୍କୁ ପ୍ରତି ବିଭାଗକୁ ଉତ୍ତମ ଧ୍ୟାନ ଦେଇଥିବାରୁ ପ୍ରଶଂସା କରିଥିଲେ।

ଏହି ମହାମିଳନ ରେ ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡା,ସୁଦରଗଡ,ସମ୍ବଲପୁର,ବରଗଡ଼ ଆଦି ଜ଼ିଲ୍ଲା ରୁ ଶତାଧିକ ସଦସ୍ୟ ପରିବାର ସହ ଯୋଗ ଦେଇ ମନ ଭରି ଉପଭୋଗ କରିଥିଲେ। ବରଗଡ଼ ସଂଘ ସଂଗଠନ ସମ୍ପାଦକ କେଦାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ  ଉପସଭାପତି ନିର୍ମଳ କିଶୋର କର ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post