ପଦ୍ମପୁର ଉପଖଣ୍ଡ ରେ ମଣ୍ଡିରେ ବିକଳ ଚିତ୍ର,୮୦% ଧାନ କିଣା ଯାଇନାହିଁ ପଦ୍ମପୁର ଚାଷୀ ଙ୍କୁ ସରକାର ଙ୍କ ମିଥ୍ୟା ପ୍ରତାରଣା...
ପଦ୍ମପୁର,୧୫/୦୧ : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ, କନସିଂହା,ଲମ୍ବରଯୁନା,ସତୀଭଟା,ଦହିତା,ବୁଡେନ,ଜମରତଲା,ଦହିଗାଁ ଆଦି ବିଭିନ୍ନ ମଣ୍ଡି ବୁଲି କୃଷକ ସଂଗଠନ ର ପ୍ରତିନିଧି ଗଣ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
Ad..
ଧନୁଯାତ୍ରା ମହୋତ୍ସବ ରେ, ମୁଖ୍ୟମନ୍ତ୍ରୀ,ବରଗଡ ଜିଲାପାଳ ୮୦% ଧାନ ଚାଷୀ ଙ୍କ ଠାରୁ କିଣାଯାଇଥିବା ତଥ୍ୟ ରଖିଛନ୍ତି ଯାହା ପଦ୍ମପୁର ଅଞ୍ଚଳ ଚାଷୀ ଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ବରଗଡ଼ ଜିଲ୍ଲା ରୁ 1,24,600 ଜଣ ଚାଷୀଙ୍କ ଠୁ ମୋଟ 62 ଲକ୍ଷ 50 ହଜାର କୁଇଣ୍ଟାଲ ଧାନ କିଣାଯାଇଛି ହେଲେ ବର୍ତମାନ ସୁଦ୍ଧା ମାତ୍ର 50 ରୁ 60 ପ୍ରତିଶତ ପଦ୍ମପୁର ଅଞ୍ଚଳ ର ଚାଷୀଙ୍କ ଧାନ କିଣାଯାଇଛି।
Ad..
ବର୍ଷ କ ମାତ୍ର ଗୋଟିଏ ଥର ଧାନ ବିକ୍ରି କରୁଥିବା ପଦ୍ମପୁର ଚାଷୀ କାହିଁକି ୮୦ ପ୍ରତିଶତ ଧାନବିକ୍ରି କରିପାରିନାହିଁ। ରାଜବୋଡାସମ୍ବର କୃଷକ ସଂଗଠନ ର ଆହ୍ୱାନ ତୁରନ୍ତ ପଦ୍ମପୁର ଚାଷୀଙ୍କ ଧାନ କିଣାଯାଉ ନଚେତ ଭୟଙ୍କର ଆନ୍ଦୋଳନ କୁ ଏଡାଇ ଦିଆଯାଇ ନ ପାରେ।
Ad..
ମଣ୍ଡି ପରିଦର୍ଶନ ରେ ସଂଯୁକ୍ତ କୃଷକ ସଂଗଠନ ତଥା ରାଜବୋଡାସମ୍ବର କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ଆବାହକ ଅଶୋକ ସାହୁ, ରୋହିତ ପ୍ରଧାନ, ଚିତ୍ତ ପାଣ୍ଡେ, ଦେବରାଜ ସାହୁ, ଅଜିତ ଶତପଥି, ସୁବାଷ ସାମନ୍ତରାୟ, ନିରାକାର ସାହୁ, ବାରପାହାଡ଼ କୃଷକ ସଂଗଠନ ଅମ୍ବାଭୋନା ରୁ ଈଶାନ୍ତ ଭୋଇ, ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ବରଗଡ ରୁ କିଶୋର ସାହୁ,ସଂଯୁକ୍ତ କୃଷକ ସଂଗଠନ ରୁ ନିରଞ୍ଜନ ପ୍ରଧାନ ସାମିଲ ଥିଲେ।
Report : Bijay ku sahu
Edited by k.s thakur...




