ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ବଳି ପଡିଲେ ଯୁବତୀ !ବରଡୋଲ ର ପୀଡିତା ଯୁବତୀ ଙ୍କୁ ନ୍ୟାୟ ଦାବି...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ବଳି ପଡିଲେ ଯୁବତୀ !ବରଡୋଲ ର ପୀଡିତା ଯୁବତୀ ଙ୍କୁ ନ୍ୟାୟ ଦାବି...


ବରଗଡ଼,୧୫/୦୧ : ଗତ ୧୨ ତାରିଖ ରବିବାର ଦିନ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାରୁ ମଥୁରାପୁର(ବରଗଡ଼) ଲୋକାରଣ୍ୟ ରେ ପରିଣତ ହୋଇଥିଲା।

          Ad..


ପଶ୍ଚିମ ଓଡିଶାର ପ୍ରାୟ ସମସ୍ତ ପୋଲିସ ଅଧିକାରୀଙ୍କ ସମେତ ସୁରକ୍ଷା ଦାୟିତ୍ବ ରେ ଥିବା ସାମରିକ ଅର୍ଦ୍ଧସାମରିକ ବାହିନୀ, ସମସ୍ତ ଇନିସପେକ୍ଟର, କନେଷ୍ଟବଳ ଆଦି ନିୟୋଜିତ ହୋଇ ଆଠ ଦଶ କିଲୋମିଟର ପୂର୍ବରୁ ସମସ୍ତ ଯାନବାହାନଗୁଡିକୁ ସହର ମଧ୍ୟକୁ ପ୍ରବେଶ ନିଷେଧ କରି କେବଳ ମୁଖ୍ୟମନ୍ତ୍ରୀ ଙ୍କୁ ସୁରକ୍ଷା ଦେବାପାଇଁ ଜନସାଧାରଣଙ୍କୁ ହଇରାଣ ହରକତ ହେବାକୁ ପଡ଼ିଥିଲା ! 

Ad..


ଏହାର ସୁଯୋଗ ନେଇ ବରଡୋଲ ଗ୍ରାମର ଜନୈକ ଯୁବତୀ ଜଣେ ବନ୍ଧୁଙ୍କ ସହିତ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିଲେ, ପ୍ରାୟ ୪୮ ଘଣ୍ଟା ପରେ ବରଗଡ଼ ରୁ ୧୦/୧୨ କିଲୋମିଟର ଦୂର କୁର୍ଲା ଜଙ୍ଗଲ ରେ ମୁମୁର୍ଷୁ ଅବସ୍ଥାରେ ଜୀବିତ ଥିବା ଖବର ପାଇ ତୁରନ୍ତ ପରିବାର ଲୋକେ କେତେକ ସ୍ବେଚ୍ଛାସେବୀ ଓ ପୋଲିସର ସହଯୋଗ ରେ ପ୍ରଥମେ ଖେଦାପାଲି ସ୍ଥିତ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ହସପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। 

     Ad..


ଗତକାଲି ବରଗଡ଼ ମ୍ୟୁନିସିପାଲଟି ଚେୟାରମେନ ଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଓ ସମସ୍ତ କାଉନସିଲର ବୃନ୍ଦ ବରଗଡ଼ ଆରକ୍ଷୀ ଅଧିକ୍ଷକ ଛୁଟି ରେ ଥିବାରୁ ଦାଇତ୍ୱ ରେ ଥିବା ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ହୃଷୀକେଶ ଖିଲାରୀ ଙ୍କୁ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଏବଂ ଦୋଷୀମାନଙ୍କୁ ଗିରଫ କରିବାକୁ ଦାବିକରିଥିଲେ। 

ପୋଲିସ୍ ଏଫ. ଆଇ.ଆର. ପାଇଲା ମାତ୍ରେ ତୁରନ୍ତ ପଦକ୍ଷେପ ନେଇଥିଲେ ଦୋଷୀ ମାନଙ୍କୁ ଶିଘ୍ର ଧରାଯାଇ  ପାରିଥାଆନ୍ତା ବୋଲି ଅଭିଯୋଗ ହୁଏ ,ଏହାପରେ ବୁର୍ଲା ଡ଼ାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ଉକ୍ତ ଯୁବତୀଙ୍କୁ ଭେଟି ଉତ୍ତମ ଚିକିତ୍ସା କରି ଶିଘ୍ର ସୁସ୍ଥ କରିବାକୁ ଡାକ୍ତର ମାନଙ୍କୁ ଅନୁରୋଧ କରିଥିଲେ।

ଏହି ପ୍ରତିନିଧି ମଣ୍ଡଳୀ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା-ମାନିନୀ ଭୋଇ, ପୌରପରିଷଦ ଅଧ୍ୟକ୍ଷା କଲ୍ପନା ମାଝୀ, କାଉନସିଲର ସୁନନ୍ଦା ପଣ୍ଡା, ପୁଷ୍ପା ଭୋଇ, ନୀତୁ ମାହାନା, ଜ୍ୟୋସ୍ନା ପାଇକ, ସରଳା ବଗର୍ତ୍ତି, ବେଦମତୀ ସେଠ୍, ରେବତୀ ନାଏକ, ପ୍ରଭାସିନୀ ମୁଣ୍ଡ ଆଦି ଯୋଗଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post