ଜିଲ୍ଲାସ୍ତରୀୟ ଜନସେବା ଦିବସ ପାଳିତ : ବର୍ଦ୍ଧିତ ଭତ୍ତା ବିତରଣର ଶୁଭାରମ୍ଭ କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ...

ଜିଲ୍ଲାସ୍ତରୀୟ ଜନସେବା ଦିବସ ପାଳିତ : ବର୍ଦ୍ଧିତ ଭତ୍ତା ବିତରଣର ଶୁଭାରମ୍ଭ କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ...


ବରଗଡ,୧୫/୦୧ : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ କେଉଁଝର ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ତଥା ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଯୋଗଦାନ କରିବା ସହ ଏହି ସେବାକୁ ଓଡ଼ିଶାବାସୀଙ୍କ ନିମନ୍ତେ ଉତ୍ସାର୍ଗୀକୃତ କରିଥିଲେ। 

Ad..


ଏହି ପରିପ୍ରେକ୍ଷୀରେ, ବରଗଡ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ପରିଶରରେ ଜିଲ୍ଲା ସ୍ତରୀୟ ବର୍ଦ୍ଧିତ ଭତ୍ତା ବିତରଣ ସମରୋହ ଆୟୋଜିତ ହୋଇଥିଲା ।  ସମରୋହରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

Ad..


ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ , ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଭଟଲି  ଶ୍ରୀ ଇରଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡତିଆ ପୌରଧାକ୍ଷା ଶ୍ରୀମତୀ କଲ୍ପନା ମାଝି , ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ପ୍ରମୁଖ ମଂଚାସୀନ ଥିଲେ।

    Ad..


ଏହି ଅବସରରେ, ଜିଲ୍ଲାର ସମୁଦାୟ ୧୪୫୭୨ ଜଣ  ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ବିତରଣର ଶୁଭାରମ୍ଭ କରିବା ସହ ସଭା ସ୍ତଳରେ ବରଗଡ ପୌରାଞ୍ଚଳର ୨୫ ଜଣ ହିତାଧିକାରରୀଙ୍କୁ  ମାନଙ୍କୁ ସହାୟତା ରାଶି ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା। 

କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ଗୋୟଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିଜ ଅବିଭାଷଣରେ କହିଥିଲେଯେ ନୂତନ ସରକାରଙ୍କ ପ୍ରକୃତ ସଫଳତା ୭ ମାସ ମଧ୍ୟରେ ପରିଲକ୍ଷିତ ହେଉଛି କାରଣ ଓଡିଶାର ଜନସାଧାରଣଙ୍କ ପ୍ରତ୍ୟେକ ସୁବିଧା ଅସୁବିଧା ବୁଝିବା ପାଇଁ ରାଜ୍ୟସରକାର ଦୃଢ଼ ପ୍ରତିଶୃତିବଦ୍ଧ। ଏହି ବର୍ଦ୍ଧିତ ଭତ୍ତା, ୮୦ ବର୍ଷରୁ ଉର୍ଦ୍ଧ୍ବ  ହିତାଧିକାରୀଙ୍କ ଜୀବନଶୈଳୀକୁ ଏକ ନୂତନ ଦିଗ ଦେବ କାରଣ ଜୀବନର ଶେଷ ସମୟରେ କେଇଟା ଟଙ୍କା ନୁହେଁ, ରାଜ୍ୟ ସରକାର ସେହି ଗରିବ ହିତାଧିକାରୀଙ୍କ ମୁହଁରେ ହସ ଟିକିଏ ଦେଖିବାକୁ ଚାହୁଁଛନ୍ତି ବୋଲି ନିଜ ବକ୍ତବ୍ୟରେ ଶ୍ରୀ ମହାଲିଙ୍ଗ କହିଥିଲେ । 

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥି ତଥା ସାଂସଦ ଏବଂ ସମସ୍ତ ବିଧାୟକଗଣ ଲୋକଙ୍କ ସରକାରର  ମୁଖ୍ୟମନ୍ତ୍ରୀ କଥା ଦେଇ କଥା ରଖିଲେ ଏବଂ ଲୋକଙ୍କ ସୁବିଧା ପାଇଁ ଏହି ସରକାର ସଦା ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଏହାପରେ ଆଭାସୀ ମଧ୍ୟମରେ ସମସ୍ତେ ରାଜ୍ୟ ସ୍ତରୀୟ ସମାରୋହରେ ଯୋଡି ହୋଇଥିଲେ । କେନ୍ଦୁଝରରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବର୍ଦ୍ଧିତ ଭତ୍ତାକୁ ଆଭାସୀ ମାଧ୍ୟମରେ ଜନାଭିମୁଖୀ କରିବା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post