ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ କଲେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ କଲେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା...


(ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାନ୍ତରଣ ସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ସରକାରଙ୍କ ରୋଡ ମ୍ୟାପ ଉପରେ ହେଲା ଆଲୋଚନା)

          Ad..


ବରଗଡ,୧୫/୦୧ : ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲାର ନୋଡାଲ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇବା ପରେ ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ନିଜର ପ୍ରଥମ ସମୀକ୍ଷା ବୈଠକରେ ସଭାପତିତ୍ବ କାରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ  ସମୀକ୍ଷା କରିଛନ୍ତି। 

Ad..


ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ , ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଭଟଲି  ଶ୍ରୀ ଇରଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡତିଆ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଳ ମୋତିରମ ଚୌହାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । 

     Ad..


ଜିଲ୍ଲାପାଳ ଶ୍ରୀ ଗୋୟଲ ସ୍ଵାଗତ ଅଭିଭାଷଣ ରଖିବା ପରେ ସମସ୍ତ ଅଧିକାରୀ ନିଜ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କ୍ରମରେ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଜିଲ୍ଲାର ଭୂମି ଆବଣ୍ଟନ ତଥା ବସୁନ୍ଧରା ଯୋଜନାର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିବା ପରେ ଜିଲ୍ଲାପାଳ ଭୋଟୋର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ର ଅଗ୍ରଗତି ନେଇ ସୂଚନା ପ୍ରଦାନ କରିବା ସହ ଚିଠା ଭୋଟୋର ତାଲିକା ପ୍ରକାଶିତ ହୋଇସାରିଥିବା ସୂଚନା ଦେଇଥିଲେ । 

ଏହାପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ଜିଲ୍ଲାପରିଷଦ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଅବସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ଵଚ୍ଛ ଭାରତ ମିଶନ ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ଅଗ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ। 

ଏହାପରେ ମାନ୍ୟବର ମନ୍ତ୍ରୀ  ପାନୀୟ ଜଳ ଯୋଗାଣର ସ୍ଥିତି ପଚାରି ବୁଝିବା ସହ ବୃହତ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ସଫଳ ରୂପାଯନ ନିମନ୍ତେ ଜଳସ୍ତର/ଜଳ ଶ୍ରତର ପରିମାଣ ନିରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଜାତୀୟ ରାଜପଥ, ଆରଡି ରାସ୍ତା, ବ୍ରିଜ ଏବଂ କଲଭୋର୍ଟ ନିର୍ମାଣ ନିମ୍ନତେ ଯୋଜନା ପ୍ରସ୍ତୁତ କରିବା ସହ ରାସ୍ତା ମଝିରେ ଥିବା ବିଜୁଳି ଖୁଣ୍ଟ ଗୁଡିକୁ  ସ୍ତାନାନ୍ତରଣ କରିବା ଏବଂ ଡ଼ିପ ବୋର ୱେଲ ଗୁଡିକରେ ଯଥାଶୀଘ୍ର ବିଜୁଳି ସଂଯୋଗ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । 

ମାନ୍ୟବର ମନ୍ତ୍ରୀ ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାର ଜଳସେଚନ ନିମନ୍ତେ ରହିଥିବା ବିଭିନ୍ନ ବୃହତ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିବା ପରେ ସୁଭଦ୍ରା ଯୋଜନାର ପ୍ରଗତି ବିଷୟରେ ପଚାରିବୁଝି ଆଗାମୀ ଜାନୁଆରୀ ୨୫ ତାରିଖ ସୁଧା ପ୍ରଥମ କିସ୍ତି ପ୍ରଦାନର ସମାପ୍ତି ପୂର୍ବରୁ ସମସ୍ତ ହିତାଧିକାରୀଙ୍କ କେୱାଇସି ଭେରୀଫିକେସନ କରାଇ ସମସ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହାପରେ ମାନ୍ୟବର ମନ୍ତ୍ରୀ ଆବାସିକ ବିଦ୍ୟାଳୟର ନିର୍ମାଣର ସମୀକ୍ଷା କାରୀ ଅନ୍ଵେଷା ହୋଷ୍ଟେଲ ବିଷୟରେ ପଚାରି ବୁଝିଥିଲେ ।   

ଜିଲ୍ଲାରେ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ବିଷୟରେ ଆରଖୀ ଅଧିକ୍ଷକଙ୍କୁ ପଚାରି ବୁଝି କୋରେକ୍ସ, ଡ୍ରଗ୍ସ ଭଳି ମାଦକ ଦ୍ରବ୍ୟ ବିକ୍ରି ଉପରେ କୋଠୋର ନୀତି ଆପଣାଇବା ସହ ଏଭଳି କାର୍ଯ୍ୟରେ ଜଡିତ ଥିବା ଲୋକଙ୍କୁ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦମପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ମାନ୍ୟବର ମନ୍ତ୍ରୀ ଏୟାର ସ୍ଟ୍ରିପ ନିର୍ମାଣ କାର୍ଯ୍ୟର ଅଗ୍ରଗତି  ପଚାରିବ ସହ  ପାଟଣାଗଡ ପଦମୁର ଲିଙ୍କ ରୋଡ ନିର୍ମାଣ ନିମନ୍ତେ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇ ସ୍ଥାନୀୟ ଟାଉନ ହଲର ମରାମତି କରିବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ । 

ସମୀକ୍ଷାପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧିଙ୍କ ସହଯୋଗରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଚିହ୍ନଟ କରିବା ସହ ସେଗୁଡିର ଉନ୍ନତି ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପ୍ରେରଣ କରିବା ପାଇଁ ପ୍ରସ୍ତାବ ଦେବା ସହ ଇ-ଅଫିସ ମଧ୍ୟମରେ ସରକାରୀ କାର୍ଯ୍ୟ କରିବା, ପିଏମ ଅଭିମ ଯୋଜନା ଦ୍ଵାରା ଜିଲର ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ଉନ୍ନତିକାରିବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପରିଶେଷରେ ମାନ୍ୟବର ମନ୍ତ୍ରୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ସରକାରଙ୍କ ରୋଡ ମ୍ୟାପକୁ ଦୃଷ୍ଠୀରେ ରାଖୀ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ସମନ୍ଵୟ ରାଖୀ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାନ୍ତରଣ ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ । 

ଏହି ଅବସରରେ  ଉପସ୍ଥିତ ସମସ୍ତ ବିଧାୟକ ନିଜ ନିଜ ଅଂଚଳର ସମସ୍ୟା ଉକ୍ତ ବୈଠକରେ ଉପସ୍ଥାପନା କରିବା ସହ ଶିଘ୍ର ସେଗୁଡିକର ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । 



Report : Bijay ku sahu

Edited by k.s thakur...

Post a Comment

Previous Post Next Post