ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜେପି...
ଭୁବନେଶ୍ବର,୨୫/୦୧ : ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି କରିଛି।
Ad..
ଦେବେନ୍ଦ୍ର ନାଥଙ୍କୁ ପୁରୀ, ରାହାସ ବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି କରିଛି। ଗଞ୍ଜାମରେ ସରୋଜ ସାବତ ଓ ବଲାଙ୍ଗୀରରେ ଶ୍ରୀବତ୍ସ ବେହେରା ଜିଲ୍ଲା ସଭାପତି ହୋଇଛନ୍ତି।
Ad..
ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲ୍ଲାର ଜିଲ୍ଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।
Ad..
ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ। ସହମତି ଭିତରେ ଜିଲ୍ଲା ସଭାପତି ବଛାଯାଉଛି।
- ଗଞ୍ଜାମ: ସରୋଜ ସାବତ
- ବଲାଙ୍ଗୀର: ଶ୍ରୀବତ୍ସ ବେହେରା
- ପୁରୀ: ଦେବେନ୍ଦ୍ର ତରାଇ
- ସୁନ୍ଦରଗଡ଼: ଗିରିଶ ସାହୁ
- ଢେଙ୍କାନାଳ: ରାହାସ ବିହାରୀ ବେହେରା
- କେନ୍ଦ୍ରାପଡ଼ା: ଶଶାଙ୍କ ଶେଖର ସେଠି
- ବାଲେଶ୍ୱର: ଈଶ୍ୱର ଚନ୍ଦ୍ର ବେହେରା
- କଟକ ନଗର: ସୁକାନ୍ତ ବିଶ୍ୱାଳ
- କଳାହାଣ୍ଡି: ଯୁଗଳ ପୋଢ଼
- ମୟୂରଭଞ୍ଜ (ରାଇରଙ୍ଗପୁର): ଜୁରିଲାଲ ମହନ୍ତ
- ଦେବଗଡ଼: ଅରୁଣ କୁମାର ସାହୁ
Edited by k.s thakur...
Tags:
announcement
BJP
latest news
latest update
list
new district presidents
odisha daily current affairs




