ଖୋ ଖୋ ବିଶ୍ୱକପ୍ ବିଜେତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ବାଗତ...
ଭୁବନେଶ୍ୱର,୨୫/୦୧ : ଭୁବନେଶ୍ୱରରେ ପହଞ୍ଚିଲେ ଖୋ ଖୋ ବିଶ୍ୱକପ ଚାମ୍ପିଅନ୍ ବିଜେତା ଓଡ଼ିଆ ଖେଳାଳି । ଓଡ଼ିଶାରେ ପହଞ୍ଚିବା ବେଳେ ବିଶ୍ବ ବିଜେତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ବାଗତ କରାଯାଇଛି ।
Ad..
ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ୱକପ୍ରେ ଭାରତ ବିଜେତା ହାସଲ କରିଛି। ଚଳିତ ଖୋ ଖୋ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ସଂସ୍କରଣ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଟ୍ରଫି ଜିତି ଇତିହାସ ରଚିଛନ୍ତି।
Ad..
ଏହି ପାରମ୍ପରିକ କ୍ରୀଡ଼ା ଖୋ ଖୋରେ ଭାରତ ଦଳରେ ରହିଛନ୍ତି ଓଡ଼ିଶାର ୩ ଖେଳାଳି ପାବନି ଶବର, ଶୁଭଶ୍ରୀ ସିଂହ ଓ ମାଗାଇ ମାଝୀ । ପୁରୁଷ ଦଳରେ ଜଣେ ଓଡ଼ିଆ ଖେଳାଳି ସାମିଲ ଥିବା ବେଳେ ମହିଳା ଦଳରେ ୨ ଓଡ଼ିଆ ଅଛନ୍ତି।
Ad..
ବିଶ୍ବକପ୍ ଜିତିବା ପରେ ପ୍ରଥମ ଥର ଓଡ଼ିଶା ଫେରିଥିବା ଖେଳାଳୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି।
Edited by k.s thakur...
Tags:
Bhubaneswar
kho kho world championship
latest news
latest update
odisha daily current affairs
winners




