ଝାଡ଼ାବାନ୍ତିରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ...
ନବରଙ୍ଗପୁର,୨୪/୦୧ : ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ୧୦୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ନବରଙ୍ଗପୁର ଖାତିଗୁଡା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଅସୁସ୍ଥ ହୋଇପଡିଛନ୍ତି।
Ad..
କାଲି ଶହେରୁ ଅଧିକ ଅସୁସ୍ଥ ହୋଇଥିଲେ। ୯ ଜଣ ମେଡିକାଲ ଯାଇଥିଲେ। ଆଜି ଆଉ ୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Ad..
ଘଟଣା ବିଷୟରେ ଖବର ପାଇ ସ୍କୁଲରେ ପହଞ୍ଚି ମେଡିକାଲ ଟିମ ଯାଞ୍ଚ କରୁଛି। ଡାକ୍ତରି ଟିମ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି । ତେବେ କେଉଁ କାରଣରୁ ଏହା ବ୍ୟାପିଛି ତାହା ଜଣାପଡିନାହିଁ । ପରୀକ୍ଷା ପାଇଁ ପାଣି ଏବଂ ଖାଦ୍ୟର ନମୁନା ପଠା ଯାଇଥିବା ସୂଚନା ମିଳିଛି।
Ad..
Edited by k.s thakur...




