ତୁରେକେଲା ବ୍ଳକରେ ଜାତୀୟ କନ୍ୟା ଦିବସ ପାଳିତ...

ତୁରେକେଲା ବ୍ଳକରେ ଜାତୀୟ କନ୍ୟା ଦିବସ ପାଳିତ...


କଣ୍ଟାବାଞ୍ଜି,୨୪/୦୧ : ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ବକବାହାଲ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଥିଲା।

            Ad..


ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ପ୍ରାଧାନ ଶିକ୍ଷୟିତ୍ରୀ କୁନି ସାହୁ,ଅଙ୍ଗନବାଡ଼ି କର୍ମୀ ଦିବାନୀ ରଣା, ଶିକ୍ଷକ ରାଜ କିଶୋର ନାଗ ଉପସ୍ଥିତ ଥିଲେ।ଶ୍ରୀ ଦାଶ କନ୍ୟା ରତନ କର ଯତନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଉପସ୍ଥିତ ସମସ୍ତ ବାଳିକା ମାନଙ୍କୁ ପଠନ ଲିଖନ ସାମଗ୍ରୀ ଦିଆଯାଇଥିଲା।

Ad..


ଠିକ ସେହିପରି କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଜାତୀୟ କନ୍ୟା ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଶୋକ ତରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ସିଆରସିସି ଦିନେଶ ମହାନନ୍ଦ ଉପସ୍ଥିତ ଥିଲେ।

     Ad..


ବର୍ତ୍ତମାନ ସମୟରେ ବାଳିକା ମାନେ ବିଭିନ୍ନ କ୍ଷେତ୍ରରେ ପିଲାଙ୍କ ଠାରୁ ଆଗୁଆ ଅଛନ୍ତି କେଵଳ ସେମାନଙ୍କୁ ସୁଯୋଗ ମିଳିବା ଦରକାର ବୋଲି ଅତିଥି ମାନେ ମତ ପ୍ରଦାନ କରିଥିଲେ।ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବାଳିକା ମାନେ ଉପସ୍ଥିତ ଥିଲେ।



Edited by k.s thakur...



Post a Comment

Previous Post Next Post