ମହୁଲପାଲି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବାର୍ଷିକୋତ୍ସବ...

ମହୁଲପାଲି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବାର୍ଷିକୋତ୍ସବ...


ପାଇକମାଳ,୧୫/୦୧ : ପାଇକମାଳ ବ୍ଳକ ବୁକୁରାମୁଣ୍ଡା- ମହୁଲପାଲି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପଞ୍ଚାନନ ବିଶିଙ୍କ ସଭାପତିତ୍ବରେ ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି।

Ad..



ପ୍ରଥମେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଫଟୋଚିତ୍ର ପୁଷ୍ପ ଓ ଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ସମ୍ମାନୀତ ଅତିଥି ଭାବରେ ବୁକୁରାମୁଣ୍ଡା ସରପଞ୍ଚ ଅନୀତା ଭୋଇ, ସମିତି ସଭ୍ୟା ସସ୍ମିତା ବାରିକ,ଟେମରୀ ସରପଞ୍ଚ ଦିଲ୍ଲୀପ କୁମାର ବେହେରା ପ୍ରତାପ ସିଂ ବରିହା ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ। 

Ad..


ମୁଖ୍ୟ ବକ୍ତା ଭାବରେ ମାଣ୍ଡୋସିଲ ଡିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଯୋଗଦେଇ ସାମ୍ପ୍ରତିକ ସମୟରେ ଶ୍ରୀଅରବିନ୍ଦ ଦର୍ଶନ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।  ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

    Ad..


କୃତୀ ପ୍ରତୀଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସେବିତ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଯୁବରାଜ ପ୍ରଧାନ, ସମ୍ପାଦକ ରଙ୍କମଣି ବାରିକ ଓ କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସମସ୍ତ ଅପା ଭାଇ , ଅଭିଭାବକ ଓ ଅଭିଭାବିକମାନେ ସହଯୋଗ କରିଥିଲେ



Report : Bijay ku sahu

Edited by k.s thakur...



Post a Comment

Previous Post Next Post