କୋଣ୍ଟା ବିଧାୟକ ଲଖମା କାବାସି ଗିରଫ ମାମଲା:ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦର୍ଶନ...

କୋଣ୍ଟା ବିଧାୟକ ଲଖମା କାବାସି ଗିରଫ ମାମଲା:ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦର୍ଶନ...


ମାଲକାନଗିରି,୧୬/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଘଡର କୋଣ୍ଟା ବିଧାୟକ ଲଖମା କାବାସିଙ୍କୁ ଇଡି ପକ୍ଷରୁ ଗିରଫକୁ ମାଲକାନଗିରି ଜିଲ୍ଲା କଂଗ୍ରେସ ବିରୋଧ କରିବା ସହ ପୁଲିସର ଏଭଳି ଘୃଣ୍ୟ କାମକୁ ନିନ୍ଦା କରିଛି। ସୂଚନାଯୋଗ୍ୟ, ବିଧାୟକ ଲଖମା କାବାସିଙ୍କ ଘରେ ଏବଂ ଅନ୍ୟ ସମ୍ପର୍କୀୟଙ୍କ ଘରେ ଗତ ୧୫ ଦିନ ତଳେ ଇଡି ଚଢାଉ କରିଥିଲା।

             Ad..


ତେବେ ଇଡି ଏହି ଚଢାଉରେ କଣ ସବୁ ପାଇଛି ତାହା ଗଣମାଧ୍ୟମକୁ ଜଣାଇ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନେଇ ନଥିଲା। କିନ୍ତୁ ହଠାତ୍ ଗତଦୁଇ ଦିନ ତଳେ ଇଡି ବିଧାୟକ ଲାଖମା କାବାସିଙ୍କୁ ଗିରଫ କରିବା ପରେ ଛତିଶଗଡରେ ରାଜ୍ୟ କଂଗ୍ରେସ ତରଫରୁ ବନ୍ଦ ଡାକରା ସହ ଆନ୍ଦୋଳନ ଚାଲିଛି।

Ad..


ଏହାକୁ ନେଇ ଗୁରୁବାର ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ଭବନରେ ଏକତ୍ରିତ ହୋଇଥିଲେ। ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଗର୍ଜିଥିଲା। ଏଥିସହ ଛତିଶଗଡ ସରକାରଙ୍କ ବିରୋଧରେ ମଧ୍ୟ କଂଗ୍ରେସ ସ୍ବରତ୍ତୋଳନ କରିଥିଲା।

     Ad..


ଛତିଶଗଡ ସରକାର ହିଂସା ପରାୟଣ ହୋଇ ଏଭଳି ମିଥ୍ୟା ମାମଲାରେ  କାବାସିକୁ ଜଡିତ କରି ଗିରଫ କରିବା ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ କର୍ମୀମାନେ ୩୨୬ ଜାତୀୟ ରାଜପଥ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ। ତୁରନ୍ତ କାବାସିଙ୍କୁ ଖଲାସ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। 

ସାମ୍ବାଦିକ ସମ୍ମିଳନୀ ଏବଂ ଆନ୍ଦୋଳନରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ବରିଷ୍ଠ ନେତା ମାଲା ମାଢି,ପଦ୍ମରଞ୍ଜନ ପାଙ୍ଗି,ଭୀମା ବାରସେ,ଇର୍ମା ପଡିଆମି,କେଶୁ ରାଓ,ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...


Post a Comment

Previous Post Next Post