ଭୁସଲାଡ଼ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀ ର ବୈଠକ : ଏସଏଚଜି ମହିଳା ଙ୍କୁ ମାସିକ ୨ ହଜାର ଟଙ୍କା ଦାବି କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ...
ବଙ୍ଗୋମୁଣ୍ଡା,୦୫/୦୧ :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଜୋନ ଅନ୍ତର୍ଗତ ଭୁସଲାଡ଼ ଗାଁରେ ଆଜି ୩ ଗୋଟି ପଂଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ଯୋଗ ଦେଇ ଏସଏଚଜି ମହିଳା ମାନଙ୍କୁ ମାସିକ ୨ ହଜାର ଟଙ୍କା ମୋହନ ସରକାର ଦେବା ପାଇଁ ଏହି ବୈଠକ ରେ ଦାବି କରିଛନ୍ତି।
Ad..
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଡବଲ ଇଞ୍ଜିନ ସରକାର ଏବେ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
Ad..
ଦେଖା ଦେଉଥିବା ମହିଳା ମାନଙ୍କ ବିଭିନ୍ନ ସମସ୍ୟା କୁ ଶ୍ରୀଘ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହି ବୈଠକ ବଙ୍ଗୋମୁଣ୍ଡା ବ୍ଲକ ର ଭୁସଲାଡ଼,ଝଲପ ଓ ଦେଢ଼ଗାଁ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସାମିଲ ହୋଇ ବିଭିନ୍ନ ପ୍ରକାର ମତ ରଖିଥିଲେ।
ଏହି ବୈଠକ ରେ ଉପାସୀ ବେହେରା, ଦମୟନ୍ତି ମହତ, ସୁନିତା ବାଗ, ସବିତା ପୁଟେଲ, ବିନତି ସାହୁ, କାଞ୍ଚନ ବେହେରା, ପୁଷ୍ପା ବେହେରା ଙ୍କ ସମେତ ଶତାଧିକ ମହିଳା ମାନେ ସାମିଲ ହୋଇଥିଲେ ।ଆଗାମୀ ଦିନରେ ଏ ଦିଗରେ ସରକାର ପଦକ୍ଷେପ ନ ନେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Edited by k.s thakur...
Tags:
bangomunda
bhuslad
bjd
demand
kantabanji
latest news
latest update
odisha daily current affairs
shg group meeting
State general secretary youth




