ଅଖିଳ ଭାରତୀୟ ଗୋଣ୍ଡ ସମାଜ ର ବାର୍ଷିକ ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ...
ପାଇକମାଳ,୦୫/୦୧ :- ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ବୁଢ଼ାଦେଓ ମଣ୍ଡପ ଠାରେ ଶ୍ରୀ ଭାଗବତିଆ ସିଂ ଦାଉ ସଭାପତିତ୍ବରେ ଗୋଣ୍ଡ ସମାଜ ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଉକ୍ତ ବୈଠକରେ ବାର୍ଷିକ ବୁଢ଼ାଦେଓ ପୂଜା ମହୋତ୍ସବ ନିମନ୍ତେ କଳସ ଶୋଭାଯାତ୍ରା ସହ ପୂଜାର୍ଚ୍ଚନା କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଏଥି ନିମନ୍ତେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ମଧ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
Ad..
ସାମାଜିକ ରୀତି ନୀତି,ସମାଜ ପରିବାର ଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ରୂପରେଖ ପ୍ରସ୍ତୁତି କରିବାକୁ ମଧ୍ୟ ନିର୍ଦ୍ଧାରଣ କରାଯିବ।ଏହି ବୈଠକରେ ପଦ୍ମପୁର,ପାଇକମାଳ,ଝାରବନ୍ଧ ଆଦି ବ୍ଲକର ଗୋଣ୍ଡ ସମାଜର ବରିଷ୍ଠ କର୍ମକର୍ତ୍ତା ଯୋଗ ଦେବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି।
Ad..
ଏହି ବୈଠକରେ ଚୈତୁ ସିଂ ଦାଉ,ରଞ୍ଜନ ମାଝୀ,ସହଦେବ ଧରୁଆ, ସତାର ମାଝୀ,ଜଗଦେବ ଧରୁଆ,ଅମୃତ ବାଗ,ବସନ୍ତ ଧରୁଆ,ଚଇତୁ ଧରୁଆ, ଉସତ୍ ଧରୁଆ, ଭୁଜବଳ ପୁଟା, ଆନନ୍ଦ ଧରୁଆ,କୌଶଲ୍ୟା ଧରୁଆ ପ୍ରମୁଖ ଯୋଗ ଦେଇଥିଲେ।
ଆସନ୍ତା ୯ତାରିଖ ବାର୍ଷିକ ସମାବେଶ ପରିଚାଳନା ପାଇଁ ଏକ ୧୧ଜଣିଆ କମିଟି ଗଠନ କରାଯାଇ ସର୍ବଶ୍ରୀ ଚିତ୍ତରଞ୍ଜନ ପୌରେଁ,ରତିରାମ ସିଦାର,ନୃସିଂହ ଧରୁଆ,ଜଗଦେବ ଧରୁଆ,ଖିତରାଜ୍ ଗଏଁ ତା ,ଭୁଜବଳ ପୁଟା, ଅମୃତ ବାଗ,ଦୁର୍ଯୋଧନ ପୁଟା,ଉସତ ଧରୁଆ,ଚଇତୁ ଧରୁଆ,ରାଧାକାନ୍ତ ମାଝୀ ପ୍ରମୁଖ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ପରିଶେଷରେ ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁର୍ଯୋଧନ ପୁଟା ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
akhil bhartiya goun samaj
latest news
latest update
odisha daily current affairs
padamapur
paikmaal




